ls

କୁଟୀର ଶିଳ୍ପକୁ ବଂଚାଇ ରଖିବାର ପ୍ରକୃଷ୍ଟ ଲୋକପର୍ବ ଦୀପାବଳି

sb

ସୁବର୍ଣ୍ଣପୁର ( ପ୍ରଭୁଦତ୍ତ ରଥ ) : ପରମ୍ପରା ସହ ପାରମ୍ପାରିକ ମାଟିଶିଳ୍ପ ଓ ବୃତ୍ତି ପାଇଁ ସ୍ମରଣୀୟ ପର୍ବ ଦୀପାବଳି । ଦୀପାବଳି ପରି ପର୍ବରେ ମାଟି ଦୀପର ଚାହିଦା ରହିଥିବାବେଳେ ସଂସ୍କୃତିର ମାଟି ସୁବର୍ଣ୍ଣପୁରର କୁମ୍ଭକାରମାନେ ଏବେ ଖୁବ ବ୍ୟସ୍ତ ମାଟି ଦୀପ ଓ ଜାଗର ତିଆରିରେ । କରୋନା କଟକଣା ଯୋଗୁଁ ଦୀର୍ଘମାସ ହେବ କୁମ୍ଭଶାଳା ସବୁ ବନ୍ଦ ରହିଥିବାବେଳେ ଏବେ ଦୀପ ନିର୍ମାଣରେ ଚଳଚଂଚଳ କାରିଗରର ହାତ । ଆସୁଥିବା ଦୀପାବଳିକୁ ନେଇ ମାଟିଶିଳ୍ପୀମାନେ ଉତ୍ସାହିତ ଥିବାବେଳେ ଆଶା ରଖିଛନ୍ତି ଦୁଇ ପଇସା କରିବେ ରୋଜଗାର ।

ଗ୍ରାମୀଣ ଲୋକଶିଳ୍ପ, କଳା, କାରିଗରିରେ ଭରପୁର ସୁବର୍ଣ୍ଣପୁର ମାଟି । ଜିଲ୍ଲାର ପ୍ରତିଟି ଭାଗରେ ବହୁବର୍ଣ୍ଣା କୁଟୀର ଶିଳ୍ପ ରହିଥିବାବେଳେ କୁମ୍ଭକାରଙ୍କ ନିର୍ମିତ ପୋଡାମାଟି ସାମଗ୍ରୀର ଆଦର ରହିଛି ରାଜ୍ୟ ତଥା ରାଜ୍ୟ ବାହାରେ । ତେବେ, ଦୀପାବଳି ପାଇଁ ଏହି ଶିଳ୍ପୀଙ୍କ ହାତ ତିଆରି ଭଲିକି ଭଲି ମାଟି ଦୀପ ଓ ଜାଗରର ବଜାର ଚାହିଦା ରହିଥିବାବେଳେ ଏବର୍ଷ ବି ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଜିଲ୍ଲାର ବାଲିଜୁରୀ, ସିଲାଟି, କୁଇବାହାଲ ଓ ସୁବର୍ଣ୍ଣପୁର ସହରର କୁମ୍ଭାରପଡାରେ ପରିବାର ସହ ଲାଗି ପଡିଛନ୍ତି ଦୀପ ତିଆରିରେ ।

ଆଲୋକ ଓ ଆନନ୍ଦର ପର୍ବ ଦୀପାବଳି ଏଥର ପ୍ରଥମଥର ପାଇଁ ପାଳନ ହେବାକୁ ଯାଉଛି ବିନା ଆତସବାଜିରେ । କରୋନା କଟକଣାକୁ ନେଇ ରାଜ୍ୟ ସରକାର ବାଣ ଫଟକାକୁ ନିଷେଧ କରିଥିବାବେଳେ ମାଟିର ଦୀପ ଜାଳି ଏବର୍ଷ ପାଳିତ ହେବ ଦୀପାବଳି । ଯେଉଁଥି ପାଇଁ ଏବେ କେବଳ ମାଟି ଦୀପ ତିଆରିରେ ବ୍ୟସ୍ତ କୁମ୍ଭକାର ପରିବାର । ମାଟି ଚକଟାଠୁ ଆରମ୍ଭ କରି ମସୃଣ ମାଟିଗୋଳାକୁ ନେଇ ଚକରେ ଦୀପ ନିର୍ମାଣର କଳା ଚାତୁରୀରେ ମଜ୍ଜି ଯାଇଛି ଶିଳ୍ପୀ । ବନ୍ଦ ଥିବା କୁମ୍ଭଶାଳାରେ ଏବେ ଦିନରାତି ଖାଲି ଘୁରି ଚାଲିଛି ଜୀବନ ଓ ଜୀବିକାର ଚକ ।

ପରମ୍ପରା ସହ ପାରମ୍ପାରିକ କୁଟୀର ଶିଳ୍ପକୁ ବଂଚାଇ ରଖିବାର ପ୍ରକୃଷ୍ଟ ଲୋକପର୍ବ ଦୀପାବଳି । ଆଶା କରିବା, ଶବ୍ଦ ଓ ବାୟୁ ପ୍ରଦୂଷଣକୁ ପ୍ରତିହତ କରାଯିବା ସହ ସ୍ବଚ୍ଛ ପରିବେଶ ସୃଷ୍ଟି ତଥା ସର୍ବୋପରି କୁଟିର ଶିଳ୍ପର କାରିଗରଙ୍କୁ ସ୍ବାବଲମ୍ବୀ ଓ ରୋଜଗାରକ୍ଷମ କରିବ ଏଥରର ଦୀପାବଳି ପର୍ବ ।

pc pk
Leave A Reply

Your email address will not be published.