ବିଶିଷ୍ଟ ସମାଜସେବୀ ଲଳିତ ନାୟକଙ୍କ ଆରୋଗ୍ୟ କାମନାରେ ଆଜି ସଂଧ୍ୟାରେ ହେବ ଦୀପ ପ୍ରଜ୍ୱଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଙ୍ଗ ହ୍ୟୁମାନ୍‌ ଫାଉଣ୍ଡେସନ୍‌ର ମୁଖ୍ୟ ଉପଦେଷ୍ଟା ତଥା ବିଶିଷ୍ଟ ସମାଜସେବୀ ତଥା ଗରିବ ଖଟିଖିଆଙ୍କ ସୁଖଦୁଃଖର ସାଥୀ ଲଳିତ ନାୟକ ଏବେ ଅସ୍ଥିମଜ୍ଜା କ୍ୟାନ୍‌ସର୍‌ ରୋଗରେ ପୀଡ଼ିତ ଥିବା ବେଳେ ସେ କଟକରେ ଚିକିତ୍ସତ ହେଉଛନ୍ତି । ତେବେ ତାଙ୍କ ଆରୋଗ୍ୟ କାମନା କରି ଆଜି ସଂଧ୍ୟା ୬ଟା ସମୟରେ ଭଗବାନଙ୍କଠାରେ ଦୀପ ପ୍ରଜ୍ୱଳନ କରିବା ପାଇଁ ବିଙ୍ଗ ହ୍ୟୁମାନ୍‌ ଫାଉଣ୍ଡେସନ ପକ୍ଷରୁ ଆହ୍ୱାନ କରାଯାଇଛି । ଏହି କାର୍ଯ୍ୟକ୍ରମ ବଲାଙ୍ଗିର ଜିଲ୍ଲାର ସମସ୍ତ ବ୍ଲକ୍‌ର ସମସ୍ତ ପଞ୍ଚାୟତରେ ତଥା ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଗୋଟିଏ ସମୟରେ ଆୟୋଜନ କରିବା ପାଇଁ ସ୍ଥିର କରାଯାଇଛି । ସଂଧ୍ୟା ୬ ଘଂଟା ସମୟରେ ସ୍ଥାନୀୟ ଦୁର୍ଗାମନ୍ଦିରରେ, ସଂଧ୍ୟା ୬ଟା ୩୦ମି.ରେ ସମଲେଇ ମନ୍ଦିରରେ ଏବଂ ସଂଧ୍ୟା ୭ଟା ସମୟରେ ପାଟଣେଶ୍ୱରୀ ମନ୍ଦିରରେ ଅନୁଷ୍ଠିତ ହେବାକୁ ଥିବା ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମରେ ସାମୁହିକ ଯୋଗଦାନ ପାଇଁ ବିଙ୍ଗ ହ୍ୟୁମାନ୍‌ ଫାଉଣ୍ଡେସନ ପକ୍ଷରୁ ସୋମନାଥ ମିଶ୍ର ଓ ବିବେକାନନ୍ଦ ପଟେଲ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.