pr

ଦରଦାମ ବୃଦ୍ଧି ପ୍ରତିବାଦରେ ସିପିଆଇର ବିକ୍ଷୋଭ

dr. purohit

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ରାଜ୍ୟରେ ବିଭିନ୍ନ ଅତ୍ୟାବଶ୍ୟକ ଜିନିଷ ଦରଦାମ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି । ପେଟ୍ରୋଲ ଓ ଡିଜେଲ ଦର ମଧ୍ୟ ଶହେ ଟପିଲାଣି । ଏହାର ପ୍ରତିବାଦରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଗଞ୍ଜାମ ବ୍ଲକ ଆଞ୍ଚଳିକ କମିଟି ପକ୍ଷରୁ ବୁଧବାର ଗଞ୍ଜାମ ବ୍ଲକ କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରାଯାଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ବିଡ଼ିଓ ବିଶ୍ୱଜିତ ରାୟଙ୍କ ଜରିଆରେ ପ୍ରଦାନ କରାଯାଇଥିଲା । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷକ ମାରଣା ନୀତିକୁ କେବେ ବରଦାସ୍ତ କରାଯିବ ନାହିଁ ବୋଲି ସିପିଆଇ ପକ୍ଷରୁ କୁହାଯାଇଛି । ଅତ୍ୟାବଶ୍ୟକ ଜିନିଷ ତଥା ଡାଲି ତେଲ ଆଦି ଦର ଆକାଶ ଛୁଆଁ ହୋଇଥିବା ବେଳେ ପେଟ୍ରୋଲ ଦର ଶହେ ଟପିଛି । ଏଥିପ୍ରତି ସରକାର ଦୃଷ୍ଟି ଦେବାକୁ ସିପିଆଇ ନେତାମାନେ ଦାବୀ କରିଛନ୍ତି । ବିକ୍ଷୋଭରେ ପୂର୍ଣ୍ଣ ରଥ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ କୈଳାଶ ପଲାଇ, ଶ୍ରମିକ ନେତା ବିଶ୍ୱନାଥ ବିଶ୍ୱାଳ, ଯୁବ ନେତା ପ୍ରତାପ ବିଶ୍ୱାଳ, ଶାଖା ସମ୍ପାଦକ ପୂର୍ଣଚନ୍ଦ୍ର ପଲେଇ, ଶରତ ପଟନାୟକ, ଜିଲ୍ଲା ସହସଂପାଦକ ନୀଳକଣ୍ଠ ଦାସ, ଦୀନବନ୍ଧୁ ନାୟକ, ଭାସ୍କର ପାତ୍ର ପ୍ରମୁଖ ସହ ଅନ୍ୟମାନେ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.