oom

ଦକ୍ଷତା ବିକାଶ କାର୍ୟ୍ୟକ୍ରମ ଉଦଘାଟିତ

jsmm

ଭବାନୀପାଟଣା, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ୬୪ ବାଟାଲିଅନ ସିଆରପିଏଫ ଓ ସ୍ୱାଗତ ଆଇଟିସିର ମିଳିତ ଆନୁକୂଲ୍ୟରେ ଦକ୍ଷତା ବିକାଶ କାର୍ୟ୍ୟକ୍ରମ ସ୍ଥାନୀୟ ସ୍ୱାଗତ ଆଇଟିସି ପରିସରରେ ଉଦଘାଟିତ ହୋଇଯାଇଛି । ମାଓ ଅଧ୍ୟୁଷିତ ଅଂଚଳର ଲୋକଙ୍କ ସହ ସୁସମ୍ପର୍କ ତଥା ଛାତ୍ରଛାତ୍ରୀଙ୍କର ଦକ୍ଷତା ବିକାଶ ପାଇଁ ଉଦଘାଟିତ ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ୬୪ ବାଟାଲିଅନ କମାଣ୍ଡାଣ୍ଟ ବିପ୍ଳବ ସରକାର, ସମ୍ମାନିତ ଅତିଥିଭାବେ ଡ. ବି.କେ ବାସୁମଟାରି, ସମାଜସେବୀ ହର୍ଜିନ୍ଦର ସିଂ, ସୁବୋଧ ରଣା, ଆଇଟିସି ଚେଆରମେନ ପ୍ରଦୀପ ଦାସ, ଅଧ୍ୟକ୍ଷା ପ୍ରୀତି ପଟ୍ଟନାୟକ, ମେଦିନିପୁର ହାଇସ୍କୁଲ ପ୍ରଧାନ ଶିକ୍ଷକ କେ. ବିଶ୍ୱାଳ ପ୍ରମୁଖ ଯୋଗଦେଇଥିଲେ । ମଂଚ ପରିଚାଳନା କରିଥିଲେ ଉପ-କମାଣ୍ଡାଣ୍ଟ ସୂର୍ୟ୍ୟକାନ୍ତ ମିଶ୍ର । ଧନ୍ୟବାଦ ଦେଇଥିଲେ ଶିକ୍ଷକ ତଥା ଯୁବ ଲେଖକ ଡିଲେଶ୍ୱର ରଣା । ସୂଚନାଯୋଗ୍ୟ ଯେ, ଏହି କାର୍ୟ୍ୟକ୍ରମ ଆଗାମୀ ୨୮ଦିନ ପର୍ୟ୍ୟନ୍ତ ଚାଲିବ । ମେଦିନିପୁର ହାଇସ୍କୁଲ ତଥା ଦୁର୍ଗମ ଅଂଚଳର ୫୦ ଜଣ ଛାତ୍ରୀଙ୍କୁ କମ୍ପ୍ୟୁଟର ଶିକ୍ଷା ମାଗଣାରେ ଦିଆଯିବ । ଏହି କାର୍ୟ୍ୟକ୍ରମରେ ସମସ୍ତ ଛାତ୍ରୀ, କମ୍ପ୍ୟୁଟର ଶିକ୍ଷକ, ସିଆରପିଏଫ ଯବାନମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.