jayashree

ଲାଞ୍ଜିଗଡ଼ରେ ବଡ ଧରଣର ଡକାୟତି : ମାରଣାସ୍ତ୍ର ଦେଖାଇ ବ୍ୟବସାୟୀଙ୍କ ଘରୁ ୮ ଲକ୍ଷରୁ ଅଧିକ ଟଙ୍କା ସହ ସୁନା ଗହଣା ନେଇଗଲେ ଡକାୟତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ରେ ଏକ ବଡ ଧରଣର ଡକାୟତି ହୋଇଛି । ଲାଞ୍ଜିଗଡ଼ର ଜଣାଶୁଣା ବ୍ୟବସାୟୀ ଆନନ୍ଦ ଅଗ୍ରୱାଲଙ୍କ ଘରୁ ସଶସ୍ତ୍ର ଡକାୟତ ହୋଇଛି । ସୋମବାର ବିଳମ୍ବିତ ରାତ୍ରିରେ ବ୍ୟବସାୟୀ ଆନନ୍ଦ ଏବଂ ତାଙ୍କ ସ୍ତ୍ରୀ ଓ ଏକ ଛୋଟ ଶିଶୁ ତାଙ୍କ ଲାଞ୍ଜିଗଡ଼ ଶିଳ୍ପାଞ୍ଚଳ ନିକଟସ୍ଥ ବାସଭବନରେ ଶୋଇଥିଲେ । ସେହି ସମୟରେ ୫ରୁ ଅଧିକ ମୁଖାପିନ୍ଧା ଡକାୟତ ତାଙ୍କ ଗେଟ ଭାଙ୍ଗି ଘରେ ପଶି ଭୟଭୀତ କରିଥିଲେ । ମାରଣାସ୍ତ୍ର ଦେଖାଇ ତାଙ୍କ ଘରେଥିବା ୮ ଲକ୍ଷରୁ ଅଧିକ ଟଙ୍କା ଏବଂ ପ୍ରାୟ ୧୫ ଭରି ସୁନାଗହଣା ସହ ରୂପା ଅଳଙ୍କାର ନେଇ ଯାଇଥିଲେ । ଏ ସମ୍ପର୍କରେ ଆନନ୍ଦ ଲାଞ୍ଜିଗଡ଼ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଲାଞ୍ଜିଗଡ଼ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଅନୁସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ ଟିମର ମଧ୍ୟ ସହାୟତା ନିଆଯାଇଛି । ପୁଲିସ ଏହି ଘଟଣାକୁ ଗୁରୁତ୍ୱ ଦେଇ ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.