କଲିକତା ବନ୍ଦର ଅଧ୍ୟକ୍ଷ ଭାବେ ବିନିତ୍‌ କୁମାରଙ୍କ ଦାୟିତ୍ୱ ଗ୍ରହଣ


ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : କଲିକତା ବନ୍ଦରର ଅଧ୍ୟକ୍ଷ ବିନିତ୍‌ କୁମାର ମଙ୍ଗଳବାର ଦିନ ପାରାଦୀପ ବନ୍ଦର ନୂତନ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ କରିବା ପରେ ବନ୍ଦରର ପଣ୍ୟ କାରବାର ସମୀକ୍ଷା କରିଥିଲେ ନୂତନ ଅଧ୍ୟକ୍ଷ । କାର୍ୟ୍ୟରେ ଯୋଗଦାନ ଅବସରରେ ପରମ୍ପରା ଅନୁଯାୟୀ ବନ୍ଦର ପ୍ରଶାସନ ଭବନ କାର୍ୟ୍ୟାଳୟ ପରିସରରେ ବନ୍ଦର ସିଆଇଏଫ୍‌ ପକ୍ଷରୁ ଅଧ୍ୟକ୍ଷ ବିନିତ୍‌ କୁମାରଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ଏହା ପରେ ସେ ବନ୍ଦର ପରିଦର୍ଶନ କରି ଡକ୍‌ ଅଂଚଳରେ ଅପରେସନ୍‌ ବୁଲି ଦେଖିଥିଲେ । ଏଠାରେ ସୁଚନା ଥାଉକି, ବନ୍ଦର ପୂର୍ବତ୍ତନ ଅଧ୍ୟକ୍ଷ ରିଙ୍କେଶ ରାୟଙ୍କ କାର୍ୟ୍ୟକାଳ ଗତ ଡିସେମ୍ବର ୨୩ ତାରିଖରେ ଶେଷ ହୋଇଥିଲା ।

Leave A Reply

Your email address will not be published.