p purohi

ମହିଳା ଓ ଶିଶୁ କନ୍ୟା ଉପରେ ହିଂସା ରୋକିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ବିଡ଼ିଓଙ୍କ ଜରିଆରେ ଦାବୀ ପତ୍ର

dr. purohit

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ବ୍ଳକରେ ଆଜି ଲୋକ ଉନ୍ନତି ସଙ୍ଗଠନ ସଇଁନ୍ତଲା ବ୍ଳକ ସଂଯୋଜିକା ଗୀତାଞ୍ଜଳୀ କୁମ୍ଭାରଙ୍କ ନେତୃତ୍ୱରେ ଆଜି ମହିଳା ଏବଂ ଶିଶୁ କନ୍ୟା ଉପରେ ହେଉଥିବା ହିଂସା ରୋକିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସଇଁନ୍ତଲା ବିଡ଼ିଓ ଦେବାଶିଷ ସାମଲଙ୍କ ଜରିଆରେ ଦାବୀପତ୍ର ପ୍ରଦାନ କରିଛନ୍ତି । ପତ୍ରରେ ଉଲ୍ଲେଖ ରହିଛି ଯେ, ମହିଳା ଅଧିକାର ଓ ହିଂସା ଜନିତ ସମସ୍ତ ଅଦାଲତ ସମ୍ପର୍କିତ ତଥ୍ୟ ପାଇଁ ସରକାରୀ ସ୍ତରରେ ସ୍ୱତନ୍ତ୍ର ୱେବ୍‌ ସାଇଡ ଖୋଲିବା, ମହିଳା ସମ୍ପର୍କିତ ସମସ୍ତ ହିଂସାର ସମାଧାନ ଓ ସମସ୍ତ ବର୍ଗର ମହିଳାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ନିମନ୍ତେ ସ୍ୱତନ୍ତ୍ର ମହିଳା କୋର୍ଟ ସ୍ଥାପନ, ମହିଳା ମାନଙ୍କ ବିରୁଦ୍ଧରେ ଅନଲାଇନ ହିଂସାକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶାବଳି ଜାରି କରାଯାଉ… ଭଳି ଅନେକ ଦାବୀ ରହିଛି । ଏଥିରେ ଜିଲ୍ଲା ସଂଯୋଜକ ବିଶ୍ୱ ନାଥ ବାଗ, ଜିଲ୍ଲା ମେନେଜର ଆଶିଷ ରାଜହଂସ, ବଲାଙ୍ଗିର ବ୍ଲକ ସଂଯୋଜକା ସ୍ୱର୍ଣ୍ଣଲତା ନାୟକ, ପାଟଣାଗଡ଼ ବ୍ଳକ ସଂଯୋଜକ ପରିକ୍ଷୀତ ମାଝୀ, ସଇଁନ୍ତଲା ବ୍ଳକ ଜନସାଥୀ ବଂଶୀଧର ସୁନାନୀ, ଗୁଲାପୀ ମହାନନ୍ଦ, ସବିତା ଦୀପ, କଲ୍ୟାଣି ଜାଲ, ସୁଜାତା ନାଗ, ବାସନ୍ତୀ ଦୀପ, କଣିକା ଦୀପ, ପୂର୍ଣ୍ଣିମା ସୁନା ପ୍ରମୁଖ ସାମିଲ ହୋଇଥିଲେ ।

nrusinghnath
Leave A Reply

Your email address will not be published.