oom

ଶ୍ରମିକଙ୍କୁ କାମ ଯୋଗାଇ ଦିଆଯାଉ : ସାଧାରଣରେ ଦାବୀ

jsmm

ତୁରେକେଲା, (କୈଳାଶ ସଗ୍ରିଆ) : ଦାଦନ ଶ୍ରମିକ ହୋଇ ବାହାର ରାଜ୍ୟକୁ ଖଟିବାକୁ ଯିବା ପ୍ରକୃତରେ ଦୁଃଖର ବିଷୟ । ଏହା ବଲା‌ଙ୍ଗିର ଜିଲ୍ଲା ପାଇଁ ଏକ ବିରାଟ ସମସ୍ୟା । ଏ ସମସ୍ୟାର ସମାଧାନ ପାଇଁ ଅନେକ ପ୍ରଶ୍ନ ସରକାର‌ଙ୍କ ସା‌ମ୍ନାରେ ଠିଆ ହୋଇଛି । ଅନେକ ସମୟରେ ଦୀର୍ଘ ଦିନରୁ ଚାଲି ଆସିଥିବା ଏହି ସମସ୍ୟା ଆହୁରି ଅନେକ ସମସ୍ୟାକୁ ଜନ୍‌ନ୍ମ ଦେଉଥିବା ବେଳେ ଏହାର ସମାଧାନ ଦିଗ ନିରାଶା ଜନକ ମନେହୁଏ । ଦାଦନ ଶ୍ରମିକ ସମସ୍ୟା ସପ୍ସପ୍ରତି ସମଗ୍ର ଜିଲ୍ଲା ପାଇଁ ଏକ ସମସ୍ୟାର ବିଷୟ ହୋଇଛି । ସାମାଜିକ ରୀତିନୀତି, ଆର୍ଥିକ ଅବସ୍ଥା, ପର୍ବ ପର୍ବାଣୀ, ଚାଷବାସ ଓ ନାନାବିଧ ସାମାଜିକ କାର୍ୟ୍ୟକୁ ଦାଦନ ଶ୍ରମିକମାନେ ପ୍ରତ୍ୟକ୍ଷ ଭାବେ ସାମ୍ନା କରିବା ସମୟରେ ଗୋଟିଏ ପ୍ରକାର ବାଧ୍ୟ ହେଉଛ‌ନ୍ତି ବାହାର ରାଜ୍ୟକୁ ଯିବା ପାଇଁ । ଦାଦନ ଶ୍ରମିକ ମାନେ ରାଜ୍ୟ ବାହାରକୁ କାମଧନ୍ଦା କରିବାକୁ ଯିବା ପୂର୍ବରୁ ଦଲାଲ୍ (ସର୍ଦାର) ମାନଙ୍କ ମାଧ୍ୟମରେ ଟଙ୍କା ବଇନା ନେଇଥାନ୍ତି ଏବଂ ନିଜର ଛୋଟ ଛୁଆ ଠାରୁ ଆରମ୍ଭ କରି ଘର ପରିବାର ସମସ୍ତେ ସାତ ମାସ ପର୍ୟ୍ୟନ୍ତ କଠୋର ଭାବେ ମାଟି କାମ କରିଥାନ୍ତି । ଯେଉଁଠିକୁ ଇଟା ଗଢ଼ି ଯାଇଥିବେ ସେହି ଇଟାଭାଟିରେ ଜରି ପଲିଥିନ ଢଙ୍କା ଯାଇଥିବା କୁଡ଼ିଆରେ ରହି କାମ କରିଥାନ୍ତି । କାମ ଧନ୍ଦା ଅଭାବରୁ ଲୋକେ ନିଜ ଭିଟାମାଟି ଛାଡ଼ି ବିଭିନ୍ନ ସହର ଓ ରାଜ୍ୟକୁ ପେଟ ପୋଷିବାକୁ ଯାଉଛନ୍ତି । ଏଠାରେ କୋୖଣସି କାରଖାନା କିମ୍ଵା କୋୖଣସି ବଡ଼ ବଡ଼ ଇଣ୍ଡଷ୍ଟ୍ରିଆଲ ବ୍ୟବସ୍ଥା ଥିଲେ, ହୁଏତ ଏ ସମସ୍ୟାର ସମାଧାନ ହୋଇ ପାର‌ନ୍ତା ।

ତୁରେକେଲା ବ୍ଲକ ଅନ୍ତର୍ଗତ ମହନିଲହ, ବୁଡିବାହାଲ, ଗଞ୍ଜାଉଡା, ମଲିକଦର, ଡୁଡୁକାମାଲରେ ସୁରୁମା ଖଦାନ ଗୁଡ଼ିକ ଦେଖିବାକୁ ମିଳିଥାଏ । କିନ୍ତୁ ଏ ଯାଏଁ ତୁରେଇକେଲା ବ୍ଲକ ଅଞ୍ଚଳରେ କୋୖଣସି ଆଲୁମିନିୟମ କାରଖାନା ହେଇ ପାରିନାହିଁ । ଏପଟେ ଦାବରି ନୀଳାଚଳ ସିମେଣ୍ଟ ଫ୍ୟାକ୍ଟ୍ରିରେ ହଜାର ହଜାର ଲୋକ କାମ କରୁଥିଲେ, ସେହି ଫେକ୍ଟରୀ ମଧ୍ୟ ବନ୍ଦ ପଡ଼ିଲା । ମହୁଲପାଟି ଗ୍ରାମ ପାଖରେ ଏକ ଫେକ୍ଟାରୀ ଆରମ୍ଭ କରାଯାଉଥିଲା ତାହା ମଧ୍ୟ ସ୍ଥଗିତ ରଖାଯାଇଛି । ଏସବୁ ଦୃ‌ଷ୍ଟିରୁ ଶ୍ରମିକ ମାନଙ୍କୁ ଏଠି ପେଟ ପାଇଁ ଚାରା ମିଳି ପାରୁନାହିଁ ।

ତେବେ ଏସବୁ ସମସ୍ୟାକୁ ଦୃ‌ଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଉଚିତ ପାରିଶ୍ରମିକ ଓ କାମ ଯୋଗାଇ ଦିଆଯାଇ ପାରିଲେ ଦାଦନ ସମସ୍ୟାର ସମାଧାନ ହୋଇ ପାରିବ ବୋଲି ‌ସ୍ଥାନୀୟ ବୁ‌ଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍‌ନ୍ତି ।

jittmm
Leave A Reply

Your email address will not be published.