jayashree

ଆଂଚଳିକ ପରିବହନ ବିଭାଗର କେତୋଟି ସେବା ବନ୍ଦ ରଖାଯିବ : କୋଭିଡ ପରିଚାଳନା କେନ୍ଦ୍ରରେ ବିଦ୍ୟୁତ ସରବରାହ ବନ୍ଦ ନ କରିବାକୁ ନିର୍ଦ୍ଦେଶ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗତ କିଛିଦିନ ମଧ୍ୟରେ ଜିଲ୍ଲାରେ ସଂକ୍ରମିତ ସଂଖ୍ୟା ସ୍ଥିତିକୁ ଲକ୍ଷ୍ୟ ରଖି ଜିଲ୍ଲାର ଅନେକ ବୁଦ୍ଧିଜୀବୀ ଲକ୍‌ଡାଉନ୍‌ ସପକ୍ଷରେ ସୋସିଆଲ୍‌ ମିଡ଼ିଆରେ ନିଜ ନିଜ ମତ ରଖିଛନ୍ତି । ଅନେକ ବ୍ୟବସାୟିକ ସଂଘ ଦୋକାନ ବଜାର ବନ୍ଦ ରଖିବାକୁ ସ୍ୱତଃପ୍ରବୃତ୍ତ ଭାବେ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହା ସ୍ୱାଗତଯୋଗ୍ୟ ପଦକ୍ଷେପ । ସଂକ୍ରମଣକୁ ନେଇ ଜନସାଧାରଣଙ୍କ ଏହି ଉପଲବ୍ôଧକୁ ଆଧାର କରି ସେମାନେ ସଜାଗ ଓ ସଚେତନ ରହିବା ଜରୁରୀ ହୋଇପଡ଼ିଛି । ନିହାତି ଆବଶ୍ୟକ ନ ପଡ଼ିଲେ ଘରୁ ବାହାରିବାକୁ ବାରଣ କରାଯାଇଛି । ମାସ୍କ ପରିଧାନ, ପଂଚସୂତ୍ରୀ ନିୟମର କଡ଼ା ପାଳନ ଏବଂ ସାମାଜିକ ଦୂରତା ରକ୍ଷା କରିବାକୁ ଜିଲ୍ଲାପାଳ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ଗଂଜାବ ଜିଲ୍ଲାରେ କରୋନା ପରିଚାଳନା ସମୟରେ ଉନ୍ନୟନ କାର୍ଯ୍ୟ ବନ୍ଦ ହେବନାହିଁ । କରୋନା ପରିଚାଳନାରେ ଯନ୍ତ୍ରୀଗଣ ନିୟୋଜିତ ହୋଇ ନାହାନ୍ତି । ତେଣୁ ସମସ୍ତ ଉନ୍ନୟନ କାର୍ଯ୍ୟ ପୂର୍ବ ଭଳି ଚାଲୁ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଗତ କାଲି ସୁଦ୍ଧା ଜିଲ୍ଲାରୁ ୧୭,୭୭୧ ଜଣ ପ୍ରବାସୀ ଫେରିଥିବା ପଂଜିକରଣ ତଥ୍ୟରୁ ଜଣାପଡ଼ିଛି, ଯାହାକି ଗତବର୍ଷ ତୁଳନାରେ ବହୁତ କମ୍‌ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମଙ୍ଗଳବାର ଅନୁଷ୍ଠିତ ଭିଡ଼ିଓ କନ୍‌ଫରେନ୍ସିଂ ବୈଠକରେ ଅବଗତ କରାଇଥିଲେ । ଏଣୁ କରି ପଂଚାୟତ ସ୍ତରରୁ ଆରମ୍ଭ କରି ସମସ୍ତ ସ୍ଥାନରେ ପଂଜିକରଣ, ସ୍ୱାସ୍ଥ୍ୟଯାଂଚ, ଏକାନ୍ତବାସରେ ରହି ଚିକିତ୍ସା ଇତ୍ୟାଦି ଠିକ୍‌ ରୂପେ ହୋଇପାରିଲେ ଖୁବ୍‌ ଶୀଘ୍ର ଜିଲ୍ଲାରୁ ସଂକ୍ରମିତ ସଂଖ୍ୟା ହ୍ରାସ ପାଇବ । ସମସ୍ତ କୋଭିଡ଼୍‌ କେୟାର୍‌ ସେଂଟର୍‌ ଶଯ୍ୟାରେ ଅକ୍ସିଜେନ୍‌ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ କହିଥିଲେ । ସମସ୍ତ ଚିକିତ୍ସାଳୟ ଏବଂ କୋଭିଡ଼୍‌ କେୟାର୍‌ ସେଂଟର୍‌ଗୁଡ଼ିକରେ ବିଦ୍ୟୁତ ସରବରାହ ଯେପରି ବନ୍ଦ ହେବାନହିଁ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ବିଦ୍ୟୁତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଗତ ପ୍ରଥମ ଲହର ଚିକିତ୍ସା ସମୟରେ ଅଧିକାଂଶ ସଂକ୍ରମିତ ବ୍ୟକ୍ତି କେବଳ ଔଷଧ ଦ୍ୱାରା ସୁସ୍ଥ ହୋଇପାରିଥିଲେ । କିନ୍ତୁ ଏହି ଦ୍ୱିତୀୟ ଲହର ଚିକିତ୍ସାରେ ଅକ୍ସିଜେନର ଆବଶ୍ୟକତା ଅଧିକ ରହୁଛି । ଏରୁ ନୀରବଚ୍ଛିନ୍ନ ବିଦ୍ୟୁତ୍‌ ସେବା ହିଁ ଏହି ଦିଗରେ ସହାୟକ ହୋଇପାରିବ । ସମସ୍ତ କୋଭିଡ଼ କେୟାର୍‌ ସେଂଟର୍‌ ଗୁଡ଼ିକରେ ଆବଶ୍ୟକୀୟ ଷ୍ଟାଫ୍‌ ମୁତୟନ କରାଯାଇ ଦାୟିତ୍ୱ ପ୍ରଦାନ କରାଯାଇଛି । ଏଣୁ ଏହାର ସୁପରିଚାଳନା ଦିଗରେ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ବର୍ତ୍ତମାନ ସ୍ଥିତିକୁ ଲକ୍ଷ୍ୟ କରି ସଂକ୍ରମଣକୁ ରୋକିବା ନେଇ ଜିଲ୍ଲା ଆଂଚଳିକ ପରିବହନ ବିଭାଗ ପକ୍ଷରୁ ବାହନ ସେବାକୁ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖାଯାଇଥିବା ଜିଲ୍ଲାପାଳ ଏକ ଆଦେଶନାମାରେ ଦର୍ଶାଇଛନ୍ତି । ଯାନବାହନ ପଂଜିକରଣ, ମୋଟର ଯାନ ଟ୍ୟାକ୍ସ ଆଦାୟ, ସାମୁହିକ ଭାବେ ଗାଡ଼ିକୁ ବ୍ୟବହାର ନ କରିବା ନିମନ୍ତେ ଆବେଦନ ବ୍ୟତୀତ ଅନ୍ୟ ସମସ୍ତ ସେବା ବନ୍ଦ ରହିବ । ସେଥିରେ ଜନସାଧାରଣ ସହଯୋଗ କରିବାକୁ କୁହାଯାଇଛି ।

ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ, ବ୍ରହ୍ମପୁର ମହାନଗର ନିଗମ କମିଶନର୍‌ ଡ.ସିଦେ୍ଧଶ୍ୱର ବଳିରାମ ବନ୍ଦାର, ବ୍ରହ୍ମପୁର ଉପଜିଲ୍ଲାପାଳ ୱ କୀର୍ତ୍ତି ୱାସନ୍‌, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଅମୀୟ କୁମାର ସାହୁ, ଉପଜିଲ୍ଲାପାଳ ଛତ୍ରପୁର ପ୍ରିୟରଂଜନ ପୃଷ୍ଟି, ଡୁଡ଼ା ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପପକ୍ଷ ସଚ୍ଚିବ ସମ୍ବିତ ରାଉତ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା, ରାମଶଙ୍କର ମିଶ୍ର, ଏମ୍‌.କେ.ସି.ଜି.ର ପ୍ରଶାସନିକ ଅଧିକାରୀ ସଚ୍ଚିଦାନନ୍ଦ ନାୟକ, ଜାତୀୟ ସ୍ୱାସ୍ଥ୍ୟ ମିଶନ ପ୍ରକଳ୍ପ ସଂଯୋଜକ ଶ୍ୟାମ ସୁନ୍ଦର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.