ସମ୍ବଲପୁରରେ କୋଭିଡ : ସ୍ଥିତି ଉଦ୍‌ବେଗଜନକ

csstore

ସମ୍ବଲପୁର, (ଦାମୋଦର ପଣ୍ଡା) : ସମ୍ବଲପୁର କୋଭିଡ ହସ୍ପିଟାଲରେ ଗତ ଶୁକ୍ରବାର ଆଉ ତିନି ଜଣଙ୍କ ମୃତ୍ୟୁ ହୋଇ ମାସକ ଭିତରେ ୩୮ ଜଣଙ୍କ ଜୀବନ ଗଲାଣି। ମୃତ୍ୟୁ ସଂଖ୍ୟା ବଢିବାର କାରଣ ଅନୁଧ୍ୟାନ ପାଇଁ ଏକ ଟିମ୍ ଆସି ସରକାରଙ୍କ ରିପୋର୍ଟ ଦେବାର ଥିଲା, ମାତ୍ର ଏଯାଏଁ ଆସିନାହାନ୍ତି। ଏହାର କାରଣ ହେଉଛି, ଅନ୍ୟ ଗୁରୁତର ରୋଗୀଙ୍କୁ କରାେନା ଆକ୍ରାନ୍ତ ଯୋଗୁଁ ଭୀମସାର୍ ରୁ ଏଠିକି ପଠେଇ ଦିଆଯାଉଛି, ମାତ୍ର ବିଶେଷଜ୍ଞ ଅଭାବରୁ ରୋଗୀଙ୍କ ମୂଳ ରୋଗର ଉପଯୁକ୍ତ ଚିକିତ୍ସା ହୋଇ ପାରୁନାହିଁ। ଅଧିକାଂଶ ରୋଗୀଙ୍କର ମୁଖ୍ୟତଃ ଡାଇବେଟିସ, ଉଚ୍ଚ ରକ୍ତଚାପ, ଫୁସଫୁସ୍ ରୋଗ ରହିଥିବା ବେଳେ ଠିକ୍ ଚିକିତ୍ସା କରାଯାଇ ପାରୁନାହିଁ। ଏଠି କେବଳ ତିନି ଜଣ ଡାକ୍ତର ଓ ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞ ଭରସାରେ ହସ୍ପିଟାଲ୍ ଚାଲିଛି। ଅନ୍ କଲ୍ ରେ କିଛି ବିଶେଷଜ୍ଞ ଅଛନ୍ତି, ମାତ୍ର ବାସ୍ତବ କ୍ଷେତ୍ରରେ ତାହା କାମକୁ ଆସୁନାହିଁ। ଏ ସବୁ ଅବ୍ୟବସ୍ଥା ଆଶଙ୍କା କରି ଏହି ହସପିଟାଲକୁ କୋଭିଡ ହସ୍ପିଟାଲ୍ କରିବାକୁ ଆନ୍ଦୋଳନ ହୋଇଥିଲା। ଏସବୁର ସମାଧାନ ପାଇଁ ସାଧାରଣରେ ଦାବି ହେଉଛି। ଗତ କାଲି ୧୨୮ ପୋଜିଟିଭ୍ ଚିହ୍ନଟ ମିଶେଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୮୦ ରେ ପହଞ୍ଚିଛି। ଉଦବେଗର ବିଷୟ ଯେ ନୂଆ ଆକ୍ରାନ୍ତ ସମସ୍ତଙ୍କ ଠାରେ କୌଣସି ଲକ୍ଷଣ ନ ଥିଲା।

Leave A Reply

Your email address will not be published.