ବଲାଙ୍ଗିର ଜିଲ୍ଲାରେ ଆଜି ଆକ୍ରାନ୍ତ ସଂଖ୍ୟା ୧୦

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ରହିଥିବା ସରକାରୀ ସୂଚନାରେ କୁହାଯାଇଛି । ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ.୧୦ ଓ ୧୩ ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ବେଲପଡା ବ୍ଲକ୍‌ ମଣ୍ଡଳ ଗ୍ରା.ପ.ରୁ ଜଣେ, ଗୁଡଭେଲା ବ୍ଲକ୍‌ ସମରା ଓ ତେନ୍ତୁଲିଖୁଣ୍ଟି ଗ୍ରା.ପ.ରୁ ଜଣେ ଲେଖାଁଏ, ପାଟଣାଗଡ଼ ବ୍ଲକ୍‌ ପଣ୍ଡାମୁଣ୍ଡା ଓ ଭତର୍ଲା ଗ୍ରା.ପ.ରୁ ଜଣେ ଲେଖାଁଏ, ତୁରେକେଲା ବ୍ଲକ୍‌ ଖଗ୍‌ସା ଗ୍ରା.ପ.ରୁ ୩ ଜଣ ସଂକ୍ରମିତ ହୋଇଛନ୍ତି । ଜିଲ୍ଲାରେ ୧୧୦ ଜଣ ଏକ୍‌ଟିଭ୍‌ ସଂକ୍ରମିତ ଚିକିତ୍ସାଧୀନ ରହିଥିବା କୁହାଯାଇଛି ।

Leave A Reply

Your email address will not be published.