oom

ଗତ ୨୪ ଘଂଟା ମଧ୍ୟରେ ଦେଶରେ ୬୭,୧୫୧ ଚିହ୍ନଟ : ଓଡ଼ିଶାରେ ୩୩୭୧ ଜଣ ଆକ୍ରାନ୍ତ

jsmm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କରୋନା ଟେଷ୍ଟିଂ ସଂଖ୍ୟା ବଢ଼ିବା ସହ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୬୭,୧୫୧ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ସେହିପରି ରାଜ୍ୟରେ ୩୩୭୧ ଜଣ ଆକ୍ରାନ୍ତ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ୨୦୫୩ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ୧୩୧୮ ଜଣ ଆଂଚଳିକ ସଂକ୍ରମଣର ଶିକାର ହୋଇଛନ୍ତି । ରାଜ୍ୟରେ ଏମାନଙ୍କ ମଧ୍ୟରୁ ଜିଲ୍ଲା ଅନୁସାରେ ଅନୁଗୁଳରୁ ୬୩, ବାଲେଶ୍ୱରରୁ ୯୮, ବରଗଡ଼ରୁ ୯୮, ଭଦ୍ରକରୁ ୧୧୪, ବଲାଙ୍ଗିରରୁ ୭୬, ବୌଦ୍ଧରୁ ୪, କଟକରୁ ୩୫୭, ଦେବଗଡ଼ରୁ ୮, ଢେଙ୍କାନାଳରୁ ୬୭, ଗଜପତିରୁ ୪୧, ଗଂଜାମରୁ ୧୯୬, ଜଗତସିଂହପୁରରୁ ୯୫, ଯାଜପୁରରୁ ୧୭୩, ଝାରସୁଗୁଡ଼ାରୁ ୯୩, କଳାହାଣ୍ଡିରୁ ୨୮, କନ୍ଧମାଳରୁ ୪୧, କେନ୍ଦ୍ରାପଡ଼ାରୁ ୭୬, କେଉଁଝରରୁ ୭୪, ଖୋର୍ଦ୍ଧାରୁ ୫୪୭, କୋରାପୁଟରୁ ୯୧, ମାଲକାନଗିରିରୁ ୧୩୪, ମୟୁରଭଂଜରୁ ୯୨, ନବରଂଗପୁରରୁ ୬୫, ନୟାଗଡରୁ ୧୭୧, ନୂଆପଡ଼ାରୁ ୧୫, ପୁରୀରୁ ୧୪୪, ରାୟଗଡ଼ାରୁ ୧୪୬, ସମ୍ବଲପୁରରୁ ୧୦୭, ସୋନପୁରରୁ ୩ ଓ ସୁନ୍ଦରଗଡ଼ରୁ ୧୫୪ ଜଣଙ୍କ ପଜିଟିଭ୍‌ ବାହାରିଥିବା ସୂଚନା ଦିଆଯାଇଛି । ଓଡ଼ିଶାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୮୭୬୦୨ ହୋଇଥିବା ବେଳେ ସୁସ୍ଥତା ଲାଭ କରିଛନ୍ତି ୫୯୪୭୦ ଜଣ । ୨୭୬୩୮ ଜଣ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସୂଚନାରେ କୁହାଯାଇଛି । ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧୪,୮୫,୧୬୭ ପରୀକ୍ଷା କରାଯାଇ ସାରିଛି ।

jittmm
Leave A Reply

Your email address will not be published.