ଦେଶରେ ୫୩,୬୦୧ ଓ ଓଡ଼ିଶାରେ ୧୩୪୧ ଜଣ ନୂଆ ସଂକ୍ରମିତ

ଭୁବନେଶ୍ୱର, (କେପିଏନ୍ଏସ୍) : ବଢ଼ି ଚାଲିଛି କରୋନା ସଂକ୍ରମଣ । ଦେଶରେ ଆଜି ୫୩,୬୦୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୭୧ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ଓଡ଼ିଶାରୁ ଆଜି ୧୩୪୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୮୧୮ ଜଣ କ୍ୱାରେନଟାଇନ୍ରୁ ଏବଂ ୫୨୩ ଜଣ ସ୍ଥାନୀୟ ଅଂଚଳରୁ ବୋଲି ସରକାରୀ ସୂତ୍ରରେ କୁହାଯାଇଛି । ରାଜ୍ୟରେ ସମୁଦାୟ ଏବେ ୪୮,୭୯୬କୁ ବୃଦ୍ଧି ପାଇଛି । ଓଡ଼ିଶାରୁ ଆଜି ପୁଣି ୧୦ ଜଣଙ୍କ ମୃତ୍ୟୁ ଘଟିଛି । ତେବେ ଗଂଜାମ ଓ ଖୋର୍ଦ୍ଧାରୁ ୩ ଜଣ ଲେଖାଏଁ ଓ ରାୟଗଡ଼ା, ପୁରୀ, ବାଲେଶ୍ୱର ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ କରୋନା ସଂକ୍ରମଣ ଯୋଗୁଁ ପ୍ରାଣ ହରାଇଛନ୍ତି ।

Leave A Reply

Your email address will not be published.