pr

ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧ : ବଙ୍ଗୋମୁଣ୍ଡା ବ୍ଲକ୍‌ରୁ ୧୧

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧ ରହିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୫ରୁ ଜଣେ ଆକ୍ରାନ୍ତ ହୋଇଥିବା ବେଳେ ବଙ୍ଗୋମୁଣ୍ଡା ବ୍ଲକ୍‌ ଅର୍ସାତୁଲା ଗ୍ରା.ପ.ରୁ ୧, ବେଲପଡ଼ା ଗ୍ରା.ପ.ରୁ ୮, ଝରିଆଲ ଓ କଅଁସିଲ ଗ୍ରା.ପ.ରୁ ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି । ବେଲପଡ଼ା ବ୍ଲକ୍‌ ବେଲପଡ଼ା ଗ୍ରା.ପ.ରୁ ଜଣେ ଓ ଧୁମାଭଟା ଗ୍ରା.ପ.ରୁ ଜଣେ, ଦେଓଗାଁ ବ୍ଲକ୍‌ କୁତୁର୍ଲା ଗ୍ରା.ପ.ରୁ ୨, ଗୁଡ଼ଭେଲା ବ୍ଲକ୍‌ ତେନ୍ତୁଲିଖୁଣ୍ଟି ଗ୍ରା.ପ.ରୁ ଜଣେ, ତୁଷୁରା ଏନ୍‌ଏସି ୱାର୍ଡ ନଂ.୬ରୁ ୧, କଂଟାବାଂଜି ଏନ୍‌ଏସି ୱାର୍ଡ ନଂ.୩ରୁ ୧, ଖପ୍ରାଖୋଲ ବ୍ଲକ ଖପ୍ରାଖୋଲ ଗ୍ରା.ପ.ରୁ ଜଣେ, ମୁରିବାହାଲ ବ୍ଲକ୍‌ ଚନାବାହାଲ ଗ୍ରା.ପ.ରୁ ୧, ହଲଦି ଗ୍ରା.ପ.ରୁ ୧, ମୁରିବାହାଲ ଗ୍ରା.ପ.ରୁ ୨ ଓ ତେନ୍ତୁଲିଖୁଣ୍ଟି ଗ୍ରା.ପ.ରୁ ୧, ସଇଁନ୍ତଲା ବ୍ଲକ୍‌ ଗଣ୍ଡପତ୍ରାପାଲି ଗ୍ରା.ପ.ରୁ ୨, କେର୍‌ମେଲି ଗ୍ରା.ପ.ରୁ ୩, ସଇଁନ୍ତଲା ଗ୍ରା.ପ.ରୁ ୧, ଟିଟିଲାଗଡ଼ ବ୍ଲକ୍‌ ଜଗୁଆ ଗ୍ରା.ପ.ରୁ ୧ ଓ ମହୁଲପଡ଼ା ଗ୍ରା.ପ.ରୁ ୧, ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୫ରୁ ୧, ତୁରେକେଲା ବ୍ଲକ୍‌ ବଡ଼ବାଙ୍କି, ହଲନଭଟା, କୁଇବାହାଲ ଓ ତୁରେକେଲାରୁ ଜଣେ ଲେଖାଏଁ ଓ କମେଇମୁଣ୍ଡାରୁ ୨ ଜଣ ଆକ୍ରାନ୍ତ ହୋଇଛନ୍ତି । ତେବେ ଜିଲ୍ଲାରେ ଏବେ ମାତ୍ର ୪୩୨ ଜଣ ଏକ୍‌ଟିଭ୍‌ କରୋନା ସଂକ୍ରମିତ ଚିକିତ୍ସିତ ହେଉଥିବା କୁହାଯାଇଛି ।

nrusinghnath
Leave A Reply

Your email address will not be published.