p purohi

ଆଜି ବଲାଙ୍ଗିର ଜିଲ୍ଲାରୁ ୭୫ ଆକ୍ରାନ୍ତ ଚିହ୍ନଟ : ବଲାଙ୍ଗିର ପୌରାଂଚଳରୁ ୨୭

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରୁ ୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୨୭ ଜଣ ସଂକ୍ରମିତ ହୋଇଥିବା ସରକାରୀ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ବଲାଙ୍ଗିର ପୌରାଂଚଳର ଆନନ୍ଦନଗରରୁ ୧, କ୍ଲବ୍‌ପଡ଼ାରୁ ୬, ପୋଷ୍ଟାଲ୍‌ ହେଡ଼୍‌ ଅଫିସ୍‌ରୁ ୧, ସାଗରପଡ଼ାରୁ ୧, ସଦର ପୋଲିସ ଷ୍ଟେସନରୁ ୧, ମନୋହରପୁର ରିଜର୍ଭ ପୋଲିସରୁ ୪, ପୋଲିସ କଲୋନୀରୁ ୧, ସୁଦପଡ଼ାରୁ ୧, ସତ୍ୟନାରାୟଣପଡ଼ାରୁ ୧, ସିଡ଼ିଏମ୍‌ଓ ଅଫିସ ପଛପାଖରୁ ୧, ସିଆର୍‌ପିଏଫ୍‌ ଶାନ୍ତିପଡ଼ାରୁ ୧, କଂସାରୀପଡ଼ାରୁ ୧, ଟିକ୍ରାପଡ଼ାରୁ ୧, ପେଲେସଲାଇନ୍‌ରୁ ୧, ଶାନ୍ତିପଡ଼ାରୁ ୧, ରାଧାରାଣୀପଡ଼ାରୁ ୨, ରିଭର୍ଜ କଲୋନୀରୁ ୧, ଗାନ୍ଧୀନଗରପଡ଼ାରୁ ୧ ସଂକ୍ରମିତ ହୋଇଛନ୍ତି । ସେହିପରି ଗ୍ରାମାଂଚଳରେ କଂଟାବାଂଜିରୁ ୩୮, ପୁଇଁନ୍ତଲା ବ୍ଲକ୍‌ ଝାରବଲାଙ୍ଗିରରୁ ୧, ବଲାଙ୍ଗିର ବ୍ଲକ୍‌ ଚନ୍ଦନଭାଟିରୁ ୧, ପୁଇଁନ୍ତଲା ବ୍ଲକ୍‌ ଲୁକାପଡ଼ାରୁ ୨, ତୁରେକେଲା ବ୍ଲକ୍‌ ବୁରୋମାଲରୁ ୧, ସଇଁନ୍ତଲା ବ୍ଲକ୍‌ ବଡ଼ମାଲରୁ ୧ ଓ ଛନ୍‌ଛଡ଼ାରୁ ୧, ଆଗଲପୁର ବ୍ଲକ୍‌ ମୁର୍‌ସିଂରୁ ୧ ଆକ୍ରାନ୍ତ ହୋଇଛନ୍ତି । ଜଣେ ସୋନପୁର ଜିଲ୍ଲାର ଆକ୍ରାନ୍ତ ସଂପୃକ୍ତ ଲିଷ୍ଟିରେ ସାମିଲ୍‌ ରହିଛନ୍ତି । ତେବେ ଆଜିଯାଏଁ ବଲାଙ୍ଗିର ଜିଲ୍ଲାରେ ୨୦୯୯ ପଜିଟିଭ୍‌ ବାହାରିଥିବା ବେଳେ ଏମାନଙ୍କ ମଧ୍ୟରୁ ୩୮୩ ଜଣ ଏକ୍‌ଟିଭ୍‌ ରହିଛନ୍ତି । ୧୭୦୮ ଜଣ ସୁସ୍ଥ ହୋଇ ଫେରିଛନ୍ତି ।

nrusinghnath
Leave A Reply

Your email address will not be published.