
ବଲାଙ୍ଗିର, (କେପିଏନ୍ଏସ୍) : ଆଜି ଟିକେ ଆଶ୍ୱସ୍ତ । ବଲାଙ୍ଗିର ଜିଲ୍ଲାରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ୨୪ ବର୍ଷୀୟ ଯୁବକ ଆକ୍ରାନ୍ତ ଜଣକ ପାଟଣାଗଡ଼ ବ୍ଲକ୍ ତମିଆଁ ଅଂଚଳର ଓ ସେ ଭିମ୍ସାର ବୁର୍ଲାରେ ଏଡ଼୍ମିଟ୍ ରହିଥିବା ସୂତ୍ରରୁ ଜଣାପଡ଼ିଛି । ତେବେ ବର୍ତ୍ତମାନ ସୁଦ୍ଧା ବଲାଙ୍ଗିରରେ ୧୦୧୧ ଜଣ ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬୩୫ ଜଣ ସୁସ୍ଥ ହୋଇଥିବା କୁହାଯାଇଛି । ୩୭୫ ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।