pr

ଆଜିି ବଲାଙ୍ଗିର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭ : ତୁଷୁରା ଏନ୍‌ଏସିରୁ ୫ ଜଣ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୧୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୨ରୁ ଜଣେ ଓ ୧୫ରୁ ୨ ଜଣ ସଂକ୍ରମିତ ହୋଇଥିବା ବେଳେ ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୫ରୁ ୨ ଜଣ ଓ ୯ରୁ ଜଣେ ସଂକ୍ରମିତ ହୋଇଛନ୍ତି । ସେହିପରି ବେଲପଡ଼ା ବ୍ଲକ ଗମ୍ଭାରୀ ଗ୍ରା.ପ.ରୁ ଜଣେ, ଗୁଡ଼ଭେଲା ବ୍ଲକ ଗୁଡ଼ଭେଲା ଗ୍ରା.ପ.ରୁ ଜଣେ, ଖପ୍ରାଖୋଲ ବ୍ଲକ ବାଘମୁଣ୍ଡ ଗ୍ରା.ପ.ରୁ ଜଣେ, ପାଟଣାଗଡ଼ ବ୍ଳକ ଯୋଗୀମୁଣ୍ଡା ଗ୍ରା.ପ.ରୁ ଜଣେ, ପୁଇଁନ୍ତଲା ବ୍ଲକ କୁରୁଲ ଗ୍ରା.ପ.ରୁ ଜଣେ, ଟିଟିଲାଗଡ଼ ବ୍ଲକ ମହୁଲପଡ଼ା ଗ୍ରା.ପ.ରୁ ଜଣେ ଏବଂ ତୁଷୁରା ଏନ୍‌ଏସି ୱାର୍ଡ ନଂ.୧ରୁ ଜଣେ ଓ ୭ରୁ ୪ ଜଣ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲାରେ ୮୫୫୯ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୮୩୮୦ ଜଣ ସୁସ୍ଥ ହୋଇ ସାରିଛନ୍ତି । ୧୩୮ ଜଣ ଏକ୍‌ଟିଭ୍‌ ଆକ୍ରାନ୍ତ ଏବେ ଚିକିତ୍ସାଧୀନ ଅଛନ୍ତି ।

nrusinghnath
Leave A Reply

Your email address will not be published.