p purohi

ରାଜ୍ୟରେ ଆଜି ୧୧୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

dr. purohit

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୧୧୪ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬୮ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪୬ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୮, ବାଲେଶ୍ୱରରୁ ୭, ବରଗଡ଼ରୁ ୧୧, ବଲାଙ୍ଗିରରୁ ୩, କଟକରୁ ୭, ଦେଓଗଡରୁ ୧, ଗଞ୍ଜାମରୁ ୫, ଜଗତସିଂପୁରରୁ ୨, ଯାଜପୁରରୁ ୬, ଝାରସୁଗୁଡ଼ାରୁ ୨, ଖୋର୍ଦ୍ଧାରୁ ୯, ମୟୂରଭଞ୍ଜରୁ ୫, ନବରଙ୍ଗପୁରରୁ ୧, ନୂଆପଡାରୁ ୮, ପୁରୀରୁ ୮, ରାୟଗଡାରୁ ୩, ସମ୍ବଲପୁରରୁ ୪, ସୋନପୁରରୁ ୧, ସୁନ୍ଦରଗଡ଼ରୁ ୨୧ ଓ ଷ୍ଟେଟ ପୁ୍‌ଲରୁ ୨ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ ୧୧୫୧ ଜଣ ଏକ୍‌ଟିଭ୍‌ କରୋନା ସଂକ୍ରମିତ ଚିକିତ୍ସାଧୀନ ରହିଛନ୍ତି ।

nrusinghnath
Leave A Reply

Your email address will not be published.