ବଲାଙ୍ଗିର ଜିଲ୍ଲାରେ ଆଜି ୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୭ରୁ ଜଣେ ଚିହ୍ନଟ ହୋଇଥିବା ବେଳେ ବୋଙ୍ଗମୁଣ୍ଡା ବ୍ଲକ ଅରସାତୁଲା, ଭୁସୁଲାଡ ଓ ସିନ୍ଧେକେଲା ଗ୍ରା.ପ.ରୁ ଜଣେ ଲେଖାଏଁ, ଖପ୍ରାଖୋଲ ବ୍ଲକ ଟଙ୍କପାଣି ଗ୍ରା.ପ.ରୁ ଜଣେ, ସଇଁନ୍ତଲା ବ୍ଲକ କନ୍ଧକେଲଗାଁ ଗ୍ରା.ପ.ରୁ ଜଣେ, ଟିଟିଲାଗଡ ବ୍ଲକ ଶଗଡଘାଟ ଗ୍ରା.ପ.ରୁ ଜଣେ ଓ ତୁରେକେଲା ବ୍ଲକ ହଲନବଟା ଗ୍ରା.ପ.ରୁ ଜଣେ ସଂକ୍ରମିତ ହୋଇଛନ୍ତି ।

Leave A Reply

Your email address will not be published.