
ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଜିଲ୍ଲାପାଳ ଛକରେ ଏକ ଚା’ ଦୋକାନରେ ନିଆଁଲାଗି ଗ୍ୟାସ ଟାଙ୍କି ବିସ୍ଫୋରଣ ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଉପଜିଲ୍ଲାପାଳ ଛକରେ ଥିବା ଚା’ ଦୋକାନରେ ହଠାତ ନିଆଁ ଲାଗିଥିବା ବେଳେ ହୁ ହୁ ହୋଇ ନିଆଁ ଜଳିଥିଲା । ଏହି ସମୟରେ ଦୋକାନ ଭିତରେ ରହିଥିବା ଗ୍ୟାସ ଟାଙ୍କିଟି ବହୁତ ଜୋରରେ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ଦୋକାନରେ ଥିବା ଜିନିଷ ଗୁଡ଼ିକ ଛିନ୍ଛତର୍ ହୋଇ ଛିଟିକି ପଡିଥିଲା । ଦେକାନରେ ଥିବା ସମସ୍ତ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ଏଥିରେ କାହର ଜୀବନ ହାନୀ ହୋଇ ନଥିବା ଜଣାପଡ଼ିଛି । ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲା । ବୀରମହାରାଜପୁର ପୁଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି ।