ଚିତ୍ରଗୁପ୍ତ କଲ୍ୟାଣ ସଂଘର ନୁତନ କର୍ମକର୍ତ୍ତା ଚୟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜାଜୀ ଟାଉନ ହଲରେ, କରଣ ସମାଜର ଏକ ଜରୁରୀ ଅଧିବେଶନ ଶିରିଷ କୁମାର ବହିଦାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କରଣ ସମାଜର ଚିତ୍ରଗୁପ୍ତ କଲ୍ୟାଣ ସଂଘର କାର୍ୟ୍ୟକାରୀ କମିଟିର କର୍ମକର୍ତ୍ତା ଏଇ ଅଧିବେଶନରେ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଥିଲା । ଏଇ କ୍ରମରେ ଶିରିଷ କୁମାର ବହିଦାର ସଭାପତି, ସନ୍ତୋଷ କୁମାର ମହାନ୍ତି ଉପ ସଭାପତି, ଅଶୋକ କୁମାର ବହିଦାର ସଂପାଦକ,ସୁରଂଜିତ ବହିଦାର ଯୁଗ୍ମ ସଂପାଦକ, ପ୍ରୀତେଶ ବହିଦାର ସଂଗଠନ ସଂପାଦକ ଏବଂ କାର୍ୟ୍ୟ କମିଟି ର ସଭ୍ୟ ଭାବେ ହେମନ୍ତ ପଟ୍ଟନାୟକ, ବିକାଶ କୁମାର ବହିଦାର, ରଜନୀ କୁମାର ମହାନ୍ତି, ଗଜେନ୍ଦ୍ର ମହାନ୍ତି, ଯଦୁମଣି ପଟ୍ଟନାୟକ, ପ୍ରଦୀପ୍ତ ଦାସ, ଇସାନ୍ କାନୁନ୍‌ଗୋ, ଈଶ୍ବର ଚନ୍ଦ୍ର ପଟ୍ଟନାୟକଙ୍କୁ ଚୟନ କରାଯାଇଛି । ଏଥି ସହିତ ସୀତାରାମ ପଟ୍ଟନାୟକ, ଆଶିଷ କୁମାର ବହିଦାର, ନିରଞ୍ଜନ ବହିଦାର, ସରୋଜ କୁମାର ବହିଦାର ଓ ସଚ୍ଚିଦାନନ୍ଦ ବହିଦାରଙ୍କୁ ଉପଦେଷ୍ଟା ମଣ୍ଡଳୀର ସଭ୍ୟ ଭାବେ ରଖା ଯାଇଛି । ଅଧିବେଶନରେ କରଣ ସମାଜ ସଂପର୍କିତ କେତୋଟି ଗୁରୁତ୍ୱପୂର୍ଣ୍ଣ ଆହୂତ ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ସର୍ବ ସମ୍ମତି କ୍ରମେ କାର୍ୟ୍ୟକାରୀ କରା ଯାଇଛି । ଚିତ୍ରଗୁପ୍ତ ଦେବଙ୍କ ପ୍ରସ୍ତାବିତ ନିର୍ମାଣ ମନ୍ଦିର କାର୍ୟ୍ୟକୁ ତ୍ବରାନ୍ବିତ କରିବା ପାଇଁ କରଣ ସମାଜର ଯୁବ ଗୋଷ୍ଠୀଙ୍କୁ ଦାୟିତ୍ୱ ଦିଆଯାଇଛି । ଆଗାମୀ ଡିସେମ୍ବର ମାସରେ କରଣ ପରିବାର ମାନଙ୍କୁ ନେଇ ଏକ ବନ୍ଧୁ ମିଳନ ର ଆୟୋଜନ କରାଯିବାର କାର୍ୟ୍ୟକ୍ରମ ସ୍ଥିରୀକୃତ ହୋଇଛି । ଅଧିବେଶନ ରେ କରଣ ସମାଜର ବହୁ ସଂଖ୍ୟକ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ । ପରିଶେଷରେ ଅଶୋକ କୁମାର ବହିଦାର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.