ଛତ୍ରପୁର ବିଜେପି ପକ୍ଷରୁ ବିଜୟ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବିଜେପି ଦଳୀୟ କାର୍ଯ୍ୟାଳୟ ପକ୍ଷରୁ ଆନ୍ତଃ-ଜିଲ୍ଲାରେ ବିଜେପିର ବାଜିମାତକୁ ନେଇ ଆତସବାଜି ଫୁଟାଇଛନ୍ତି । ଛତ୍ରପୁରର ଆରାଧ୍ୟଦେବୀ ମା’ରାମାୟଣାମ୍ମା ଦେବୀଙ୍କ ଠାରେ ଦୀପ-ପ୍ରଜ୍ଵଳନ ସହ ପୂଜାର୍ଚ୍ଚନା କରି ମିଠା ଖୁଆଖୋଇ ହୋଇ ଖୁସି ମନାଇଛନ୍ତି । ଆଗକୁ ବିଜେପିର ବିଜୟ ଲାଭ ହେବା ନିମନ୍ତେ ଛତ୍ରପୁରର ଆରାଧ୍ୟ ମା’ରାମାୟଣାମ୍ମା ଠାକୁରାଣୀଙ୍କଠାରେ କାମନା କରିଛନ୍ତି । ବିଜେପି ନେତା ପ୍ରଦୀପ ପାଢ଼ୀ, ପ୍ରଶାନ୍ତ କର, କୃଷ୍ଣଚନ୍ଦ୍ର ନାୟକଙ୍କ ନେତ୍ତୃତ୍ୱରେ ବିଶାଳ ଶୋଭାଯାତ୍ରା ବାହାରି ବାଣ ରୋଷଣୀ ଫୁଟାଇ ଖୁସି ମନାଇଛନ୍ତି ।

Leave A Reply

Your email address will not be published.