centurian jitm

ଭାଜପାର ଚାଷୀ ଅଧିକାର ରାଲି

nschool

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ଼ ଉପଖଣ୍ଡର ପ୍ରତ୍ୟେକ ମଣ୍ଡିରେ ଲକ୍ଷ ଲକ୍ଷ ଧାନବସ୍ତା ପଡିଛି । ଚାଷୀମାନେ ସରକାରଙ୍କ ଠାରୁ ଟୋକନ୍ ପାଇ ମଣ୍ଡିମାନଙ୍କରେ ଧାନଗଦା କରିଛନ୍ତି ବୋଳି ଚାଷୀ କହନ୍ତି । ଅନେକ ଚାଷୀ ଟୋକନ୍ ପାଇଥିବା ସତ୍ତ୍ୱେ ମଣ୍ଡିକୁ ଧାନ ଆଣିପାରୁ ନଥିବା ଅଭିଯୋଗ କରିଛନ୍ତି । ଇତିମଧ୍ୟରେ ବହୁ ଚାଷୀଙ୍କ ଟୋକନ୍ ଲେସ ହୋଇଗଲାଣି, ଚାଷୀ ଧାନ ବିକିବ କେଉଁଠି ବୋଲି ପ୍ରଶ୍ନ କରିଛନ୍ତି ? ପ୍ରତ୍ୟେକ ମଣ୍ଡିରେ ୬ ରୁ ୮ କେ.ଜି ଧାନ କଟନି ଛଟନିରେ ଚାଷୀଙ୍କଠୁ କାଟି ମିଲର୍ସମାନେ ମାଲାମାଲ ହେଉଥିବା କହିଛନ୍ତି ଚାଷୀ । ପ୍ରଧାନମନ୍ତ୍ରୀ କିଷାନ୍ ସମ୍ମାନ ନିଧିରେ ବର୍ଷକୁ ୬ ହଜାର ଟଙ୍କା କେନ୍ଦ୍ର ସରକାର ପ୍ରତ୍ୟେକ ଚାଷୀଙ୍କୁ ଯୋଗାଇ ଦେଉଥିବା ବେଳେ ରାଜ୍ୟ ସରକାର କେନ୍ଦ୍ରକୁ ଚାଷୀମାନଙ୍କ ତାଲିକା ପଠେଇ ନ ଥିବାରୁ ଓଡିଶାର ଚାଷୀମାନେ ଏଥିରୁ ବଞ୍ଚିତ ହେଉଥିବା ଭାଜପା ଅଭିଯୋଗ କରିଛି । ଏହାର ପ୍ରତିବାଦରେ ଆଜି ଟିଟିଲାଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଓ ଚାଷୀ ଅଧିକାର ରେଲି କରିଛନ୍ତି । ଟିଟିଲାଗଡ ସବ୍‌ଡିଭିଜନ୍‌ର ସମସ୍ତ ମଣ୍ଡିରେ ପଡିରହିଥିବା ସମସ୍ତ ଧାନ ଉଠାଯାଉ ବୋଳି, ଟୋକନ୍ ଲେସ୍ ହୋଇଥିବା ଚାଷୀମାନଙ୍କ ଟୋକନ୍ ରିଜେନେରେଟ୍ କରି ସମସ୍ତ ଧାନ ଉଠାଯାଉ, ପ୍ରଧାନମନ୍ତ୍ରୀ କିଷାନ୍ ସମ୍ମାନ ନିଧିରେ ଓଡ଼ିଶା ଚାଷୀମାନଙ୍କର ନାମ ତାଲିକା କେନ୍ଦ୍ରକୁ ପଠାଯାଉ, ମିଲର୍ସମାନେ ନିଜ ମନମାନିକ ଚାଷୀମାନଙ୍କ ଧାନକୁ କଟିଙ୍ଗ ଛଟିଙ୍ଗ୍ କରୁଥିବାକୁ ବନ୍ଦ କରାଯାଉ ଓ ଆବଶ୍ୟକ ସ୍ଥଳେ ମିଲର୍ସମାନଙ୍କ ନାମରେ ଫୌଜଦାରୀ ମୋକଦ୍ଦମା ରୁଜୁ କରାଯାଉ, କେନ୍ଦ୍ର ସରାକାର ଚାଷୀଙ୍କୁ ଯୋଗାଇ ଦେଉଥିବା ବସ୍ତା, ସୁତୁଲି ଓ ପରିବହନ ଖର୍ଚ୍ଚ ମିଲର୍ସମାନେ ନିଜେ ଦିଅନ୍ତୁ ବୋଲି ବିଜେପି ଦାବୀ କରିଛି । ଏହି କାର୍ଯ୍ୟକ୍ରମରେ ଶିବାଜୀ ମହାନ୍ତି ସଭା ପରିଚାଳନା ପରିଚାଳନା କରି ଥିବା ବେଳେ ଜିଲ୍ଲା ପରିଷଦ ସଦସ୍ୟ ଦିଲିପ ଖର୍ସେଲ, ପ୍ରମୋଦ ସରାଫ, ବିଜେପି ମିଡ଼ିଆ ସେଲ ଆଲୋକ ନାୟକ, ସଂସାଦ ପ୍ରତିନିଧି ଅକ୍ଷୟ ରଣା, ସୁଭ୍ରାଂଶୁ ଦାସ, ନରସିଂହ ସିଂ, କଣ୍ଟାବାଞ୍ଜି ବିଧାୟକ ପ୍ରାଥି ଲକ୍ଷ୍ମଣ ବାଗ, ଗୁଡ଼ଭେଲା ବ୍ଳକ ଅଧ୍ୟକ୍ଷ ତଥା ଟିଟିଲାଗଡ଼ ବିଜେପି ପ୍ରାଥି ଅଶୋକ ଦୋରା, ଟିଟିଲାଗଡ଼ ବ୍ଳକ ସାଂସଦଙ୍କ ବ୍ଳକ ପ୍ରତିନିଧି ମୁକେଶ ଜୈନ, କୁନା ଭାଟି, ରାଜେଶ ସାହୁ, ବାସୁଦେବ ଚୌହାନ ସମେତ ବିଜେପିର ଶତାଧିକ କର୍ମୀମାନେ ସାମିଲ ହୋଇଥିଲେ ।

Leave A Reply

Your email address will not be published.

error: Content is protected !!