oom

ଚନ୍ଦନଭାଟିରେ କରୋନା ଆତଙ୍କ

jsmm

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ସହରକୁ ପୂର୍ବରୁ କରୋନା ପହଂଚିଥିଲେ ସୁଦ୍ଧା ବଲାଙ୍ଗିର ବ୍ଲକ ଅଧୀନସ୍ଥ ଚନ୍ଦନଭାଟିରେ କରୋନାର ଭୟାବହତା ବିଶେଷ ଭାବେ ପରିଲକ୍ଷିତ ହେଉ ନଥିଲା । ତେବେ ଆଜି ଗୋଟିଏ ଦିନରେ ଚନ୍ଦନଭାଟିରୁ ୯ ଜଣ ସଂକ୍ରମିତ ଚିହ୍ନଟ ହେବା ପରେ ସ୍ଥାନୀୟ ଅଂଚଳରେ ଚହଳ ସୃଷ୍ଟି ହୋଇଛି । ସ୍ଥାନୀୟ ଜନସାଧାରଣଙ୍କ ଖାମଖିଆଲି ମନୋଭାବ ତଥା ସାମାଜିକ ଦୂରତା ନ ମାନିବା ସଂଗେ ସଂଗେ ଦଳ ଦଳ ହୋଇ ରହିବା, କୋଭିଡ଼ ଆଇନ ଅନୁସାରେ ମାସ୍କ ପରିଧାନ ନ କରିବା ଆଦି କାରଣରୁ ଆଜି ଚନ୍ଦନଭାଟିରେ କରୋନା ସଂକ୍ରମଣ ତାର କାୟା ବିସ୍ତାର କରିଛି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ଏବେ ଚନ୍ଦନଭାଟି ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। ଆଜି ଅଧିକ ସଂଖ୍ୟାରେ କରୋନା ରୋଗୀ ଚିହ୍ନଟ ହେବା ପରେ ଛକ ମାନଙ୍କରେ ଲୋକମାନଙ୍କର ଜନଗହଳି କମ ସଂଖ୍ୟାରେ ଦେଖିବାକୁ ମିଳିଥିଲା ।
ଚନ୍ଦନଭାଟି ଏମିତି ଏକ ସ୍ଥାନ ଯେଉଁଠାରେ ହଜାର ସଂଖ୍ୟାରେ ଲୋକେ ଯାତାୟତ କରିଥାନ୍ତି ।ଏହି ଗାଁ ଉପରେ ୧୫ ଖଣ୍ଡ ଗାଁ ଏବଂ ୫ଟି ପଞ୍ଚାୟତର ଲୋକେ ନିର୍ଭର କରୁଥିବା ବେଳେ ଲୋକମାନଙ୍କ ଅଧିକରୁ ଅଧିକ ଜନଗହଳି ଦେଖିବାକୁ ମିଲିଥାଏ।
ତେବେ ଏହି ଅଂଚଳରେ କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଉଚିତ ପଦକ୍ଷେପ ନେବା ସହ କରୋନା ନିୟମକୁ ସଂପୃକ୍ତ ଅଂଚଳରେ କଡ଼ାକଡ଼ି କରାଯିବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।

jittmm
Leave A Reply

Your email address will not be published.