ଜିଲ୍ଲାସ୍ତରୀୟ ୭୪ତମ ସ୍ୱାଧୀନତା ଦିବସ ପାଳନ

ବୌଦ୍ଧ, (ବଂଶୀଧର ମାଝୀ) : କୋଭିଡ କଟକଣା ପାଳନ ପୂର୍ବକ ଜିଲ୍ଲାସ୍ତରୀୟ ୭୪ତମ ସ୍ୱାଧୀନତା ଦିବସ ସ୍ଥାନୀୟ ପ୍ୟାରେଡ ପଡିଆରେ ପାଳିତ ହୋଇଯାଇଛି । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଅନ୍ୟତମ ଅତିଥି ଭାବେ ଆରକ୍ଷୀ ଅଧୀକ୍ଷକ ଭି. ରଘୁନାଥ ରାଓ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଏନ.ସି ଜ୍ୟୋତିରଞ୍ଜନ ନାୟକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶଶାଙ୍କ ଶେଖର ଦାସ, ଉପ-ଜିଲ୍ଲାପାଳ ଅଶ୍ୱିନୀ କୁମାର ମେହେର, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିରଞ୍ଚି ଧରୁଆ, ଜିଲ୍ଲା ସଂସ୍କୃତି ଅଧିକାରୀ ଶିଶିର ସାହୁ, ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସମେତ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଆରଆଇ ରାଜୀବ ଲୋଚନ ସେଠ୍‌ଙ୍କ ନେତୃତ୍ୱରେ ପୋଲିସ ଦଳ ଓ ଆଇଆରବିର ୫ମ ବାଟାଲିୟନ ଜାତୀୟ ପତାକାକୁ ସମ୍ମାନ ଜଣାଇଥିଲେ । ଏହି ଅବସରରେ କୋଭିଡ ଯୋଦ୍ଧାମାନଙ୍କୁ ମୁଖ୍ୟଅତିଥି ସମ୍ମାନପତ୍ର ସହ ସମ୍ବର୍ଦ୍ଧିତ କରିଥିଲେ । ପୋଲିସ ବିଭାଗ, ଅଗ୍ନିଶମ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ବୌଦ୍ଧଗଡ ଏନଏସି, ଅଙ୍ଗନୱାଡି, ଜିଲ୍ଲା ସାମ୍ବାଦିକ ଫୋରମ, ପ୍ରେସ କ୍ଲବ, ଜିଲ୍ଲା ସାମ୍ବାଦିକ ସଂଘକୁ ମାନପତ୍ର ଦେଇ ମୁଖ୍ୟଅତିଥି ସମ୍ବର୍ଦ୍ଧିତ କରିଥିଲେ । ଏହାପରେ ଜିଲ୍ଲାର କୋଭିଡ କେୟାର ସେଣ୍ଟରରେ ଚିକିତ୍ସିତ ହେଉଥିବା କରୋନା ରୋଗୀଙ୍କୁ ଜିଲ୍ଲାପାଳ ଶ୍ରୀ ମିଶ୍ର ଫଳ ବଣ୍ଟନ କରିଥିଲେ । ପତାକା ଉତ୍ତୋଳନ ପୂର୍ବରୁ ସହରର ବିଭିନ୍ନ ଛକରେ ଥିବା ମହାତ୍ମାଗାନ୍ଧୀ, ପଣ୍ଡିତ ଗୋପବନ୍ଧୁ ଓ ଉକ୍ରଳ ଗୌରବ ମଧୁସୂଦନଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟଅତିଥି ମାଲ୍ୟାର୍ପଣ କରିଥିଲେ । ହରଭଙ୍ଗା ବ୍ଲକରେ ବ୍ଲକ ଅଧ୍ୟକ୍ଷ ବିଶ୍ବଜିତ ମିଶ୍ର, କଣ୍ଟାମାଳ ବ୍ଲକରେ ବ୍ଲକ ଅଧ୍ୟକ୍ଷା ମମତା ପ୍ରଧାନ ଏବଂ ଆମ୍ବଗାଁ ପଡିଆରେ ବିଧାୟକ ମହୀଧର ରଣା ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସେହିପରି ବିଭିନ୍ନ ଶିକ୍ଷାନୁଷ୍ଠାନ, ଚିକିତ୍ସାକେନ୍ଦ୍ର, ଡାକବିଭାଗ, ପୋଲିସ ବିଭାଗ, ଡାକ ବିଭାଗ, ଅଗ୍ନିଶମ ବିଭାଗ ଏବଂ କ୍ଲବ ମାନଙ୍କରେ ସ୍ବାଧୀନତା ଦିବସ ପାଳନ କରାଯାଇଛି ।

Leave A Reply

Your email address will not be published.

13 + nine =