oom

ମାରିଓ ମେଲେଟା ମେମୋରିଏଲ ଜିଲ୍ଲା ନକ୍ ଆଉଟ୍ କ୍ରିକେଟ ପ୍ରତିଯୋଗିତା : ବୋଡାସମ୍ବର ସ୍ପୋର୍ଟିଂ ପଦ୍ମପୁରକୁ ହରାଇ ବ୍ଲୁ ଡାଇମଣ୍ଡ ବରଗଡ଼ ଚମ୍ପିୟାନ

jsmm

ବରଗଡ଼/ସୋହେଲା, (ସତ୍ୟ ନାରାୟଣ ପ୍ରଧାନ) : ସୋହେଲା ମିନି ଷ୍ଟାଡିଅମ ଠାରେ ଚାଲିଥିବା ମାରିଓ ମେଲେଟା ମେମୋରିଏଲ ଜିଲ୍ଲା କ୍ରିକେଟ ନକ୍ ଆଉଟ୍ ପ୍ରତିଯୋଗିତାରେ ପଦ୍ମପୁରକୁ ହରାଇ ବରଗଡ଼ ଚମ୍ପିୟାନ ହୋଇଛି । ଟସ୍‌ ଜିତି ବରଗଡ଼ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭର ରେ ୧୮୯ ରନ ସଂଗ୍ରହ କରିଥିଲେ । ବରଗଡ଼ ପକ୍ଷରୁ ଦେବେନ୍ଦ୍ର କୁଅଁର ସର୍ବାଧିକ ୫୦, ଅମିତ ରାଉତ ୩୬, ଏମଡି ସଲିମ ୩୦ ରନ କରିଥିଲେ । ଏହାର ଜବାବରେ ପଦ୍ମପୁର ଦଳ ମାତ୍ର ୧୧୬ ରନ କରି ସମସ୍ତ ଉଇକେଟ ହରାଇଥିଲେ ଫଳରେ ବରଗଡ଼ ୭୩ ରନ ବ୍ୟବଧାନ ରେ ମ୍ୟାଚ ଜିତିନେଇ ଚମ୍ପିୟାନ ହୋଇଥିଲେ । ବରଗଡ଼ ପକ୍ଷରୁ ବି ବିଭାର ୪ ଉଇକେଟ, ଦେବେନ୍ଦ୍ର କୁଅଁର ୩ ଉଇକେଟ ନେଇଥିଲେ । ଦେବେନ୍ଦ୍ର କୁଅଁର ଫାଇନାଲ ମ୍ୟାଚ ର ତଥା ଟୁର୍ଣ୍ଣାମେଂଟ ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ । ଆଜିର ମ୍ୟାଚ କୁ ଅମ୍ପାୟାର ପ୍ରଦୀପ ଦାସ, ଶୁଭମ ପାତ୍ର ପରିଚାଳନା କରିଥିଲେ, ସନ୍ତୋଷ ମେହେର ସ୍କୋରର ଥିଲେ । ରିତେଶ ଅଗ୍ରବାଲ ଧାରବିବରଣୀ ପ୍ରଦାନ କରିଥିଲେ । ଉଦଯାପନି ସଭାରେ ଜିଲ୍ଲା କ୍ରିକେଟ ଏସୋସିଏସନ ବରଗଡ଼ ର ପୂର୍ବତନ ସଭାପତି ଅରୁଣ ମହାନ୍ତି ମୁଖ୍ୟ ଅତିôଥ, ଜିଲ୍ଲା କ୍ରୀଡା ସଂସଦ ବରଗଡ ସାଧାରଣ ସମ୍ପାଦକ କିଶୋର ମିଶ୍ର, ଜିଲ୍ଲା କ୍ରିକେଟ ଏସୋସିଏସନ ସଭାପତି ହରିହର ପ୍ରଧାନ, ଜିଲ୍ଲା କ୍ରିକେଟ ଏସୋସିଏସନ ସମ୍ପାଦକ ରବିନାରାୟଣ ପଣ୍ଡା, ଉପ ସଭାପତି ଶୁଭ୍ରାଂଶୁ ମହାପାତ୍ର, ୱିଲସନ ସିଂ, ପ୍ରଦୀପ ସାହୁ, ଜିଲ୍ଲା କ୍ରୀଡା ସାଂସଦ ବରଗଡ଼ର କ୍ରିକେଟ ସମ୍ପାଦକ ଅମିୟ ସାହୁ, ବୋଡ଼ାସମ୍ବର ସ୍ପୋର୍ଟିଂ ସଭାପତି ସୁନୀଲ ସାହୁ, ଏଥେଲେଟିକ ଏସୋସିଏସନ ସୋହେଲା ସଭାପତି ସତ୍ୟନାରାୟଣ ଦେବତା ସମ୍ମାନିତ ଅତିଥି ଭାବରେ ମଞ୍ଚାସୀନ ଥିଲେ ।ଅଶ୍ୱିନୀ କୁମାର ପାତ୍ର ସଭା ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.