jayashree

ପ୍ରଥମ ସତ୍ୟବାନ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ବରପଦରକୁ ହରାଇ ସାନ ମନମୁଣ୍ଡା ଚାମ୍ପିଅନ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଳକ ଖଟଖଟିଆ ପଞ୍ଚାୟତ ବୁଟୁମୁଣ୍ଡା ଖେଳ ପଡ଼ିଆରେ ଅଧ୍ୟାପକ ସ୍ଵର୍ଗତ ସତ୍ୟବାନ ଶତପଥିଙ୍କ ସ୍ମୃତି ଉଦ୍ଦେଶ୍ୟରେ ବୁଟୁମୁଣ୍ଡା କ୍ରିକେଟ କ୍ଳବ ଦ୍ବାରା ଆୟୋଜିତ ପ୍ରଥମ ସତ୍ୟବାନ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ସର୍ବମୋଟ ୧୬ଟି ଦଳ ଅଂଶ ଗ୍ରହଣ କରିଥିଲେ । ମଙ୍ଗଳବାର ସାନ ମନମୁଣ୍ଡା ଓ ବରପଦର ଦଳ ମଧ୍ୟରେ ଫାଇନାଲ ଖେଳ ହୋଇଥିଲା । ତିନି ଫର୍ମାଟ ଅନୁଯାୟୀ ଖେଳ ହୋଇଥିଲା । ପ୍ରଥମ ଫର୍ମାଟରେ ସାନ ମନମୁଣ୍ଡା ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୯ ଓଭରରେ ସମସ୍ତ ଉଇକେଟ ହରାଇ ୮୧ରନ କରିଥିଲା । ଜବାବରେ ବରପଦର ଦଳ ନିର୍ଦ୍ଧାରିତ ୧୨ ଓଭରରେ ୭ଉଇକେଟ ହରାଇ ୭୬ରନ କରିବାକୁ ସକ୍ଷମ ହୋଇଥିଲା । ସେହିପରି ୬ ଓଭର ବିଶିଷ୍ଟ ୨ୟ ଫର୍ମାଟରେ ପୁଣି ଟସ ଜିତି ସାନ ମନମୁଣ୍ଡା ଦଳ ବ୍ୟାଟିଂ କରି ୫୭/୩ରନ ସଂଗ୍ରହ କରିଥିଲା । ଜବାବରେ ବରପଦର ଦଳ ୫୬/୯ରନ କରି ପରାସ୍ତ ହୋଇଥିଲା । ଫଳରେ ସାନ ମନମୁଣ୍ଡା ଦଳ ସିଧା ଚାମ୍ପିଅନ ହୋଇଥିଲେ । ଉଦ୍‌ଯାପନୀ ଖେଳରେ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସାଧାରଣ ସଂପାଦକ ଓମ୍ ପ୍ରକାଶ ମିଶ୍ର ମୁଖ୍ୟ ଅତିଥି ଏବଂ ସମାଜସେବୀ ପୁରନ୍ଦର କର୍ମୀ, ସିତିକଣ୍ଠ ମିଶ୍ର(ମୁନା), ଉଜ୍ଜଳ ଅଗ୍ରୱାଲ, ଶିକ୍ଷାବିତ ପ୍ରଫୁଲ ପଲିଆ, ନାଏବ ସରପଞ୍ଚ ରାଜ କୁମାର ତ୍ରିପାଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ । ସାନ ମନମୁଣ୍ତା ଦଳର ଖେଳାଳୀ ଚିନ୍ମୟଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ଏବଂ ବେଷ୍ଟ ସିକ୍ସର ଓ ମ୍ୟାନ ଅଫ ଦି ସିରିଜ ବିଜେତା ପୃଥିରାଜ, ଓ ବରପଦର ଦଳର ଖେଳାଳୀ ହିମାଂଶୁଙ୍କୁ ବେଷ୍ଟ ବୋଲର ଏବଂ ବରପଦରଦଳକୁ ଉପ-ବିଜେତା ଓ ସାନ ମନମୁଣ୍ତା ଦଳକୁ ଚାମ୍ପିଅନ ଦଳଭାବେ ଅତିଥି ମାନଙ୍କ ଦ୍ବାରା ଟ୍ରଫି ସହ ନଗଦ ଅର୍ଥରାଶି ପ୍ରଦାନ କରାଯାଇଥିଲେ । ଟୁର୍ଣ୍ଣାମେଣ୍ଟରେ ରାଧେଶ୍ୟାମ ପଲିଆ ଓ ଦିନେଶ ତ୍ରିପାଠୀ ଖେଳ ପରିଚାଳନା କରିଥିଲେ । ଶିବ କମ୍ପ ଖେଳର ଧାରା ବିବରଣୀ ପ୍ରଦାନ ଓ ରୋହନ ପଲିଆ ଓ ପ୍ରବୀର ମହାକୁଡ ସ୍କୋରର ଭାବେ ଦାୟିତ୍ବ ତୁଲାଇ ଥିଲେ । ରମେଶ, ପଦ୍ମନାଭ, ରହନ, ସିଦ୍ଧେଶ୍ଵର, ଲକ୍ଷ୍ମଣ, ନିବାସ, ନିରଞ୍ଜନ, ରଂଜିତ, ଭକ୍ତ, ରଂଜନ, ରାଜେଶ, ଶୁକ୍ରୁ, କୁଶଳେଶ୍ଵର, ଉମେଶ, ରାଜେଶ, ସୁମନ୍ତ, ସୁକାନ୍ତ, ଶ୍ରୀତମ, ଅଜିତ, ରଂଜନ ପ୍ରମୁଖ ସଦସ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.