ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଯୁବ ସାମ୍ବାଦିକ ସଂଗ୍ରାମ କେଶରୀ ମହାପାତ୍ର( ୩୮)ଙ୍କ ଗତକାଲି ରାତିରେ ଦେହାନ୍ତ ହୋଇଥିବା ଖବର ମିଳିଛି । ସଂଗ୍ରାମ ‘ସମୟ’ର କୋଣାର୍କ ପ୍ରତିନିଧି ଭାବେ କାର୍ୟ୍ୟରତ ଥିଲେ । କରୋନା ଆକ୍ରାନ୍ତ ହେବା ପରେ ପ୍ରଥମେ ପୁରୀ ଓ ପରେ ଭୁବନେଶ୍ୱରରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ତାଙ୍କ ପରଲୋକରେ ସାମ୍ବାଦିକ ଜଗତରେ ଶୋକର ଛାୟା ଖେଳିଯାଇଛି ।