ls

ଚଳଚ୍ଚିତ୍ର ପ୍ରଯୋଜନାରେ ସାମିଲ ହେଲା ବିକାଶ ଗ୍ରୁପ୍‌

sb

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଆଜାଦି କି ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ସ୍ୱାଧୀନତା ସଂଗ୍ରାମୀ ତଥା ବହ୍ନି କନ୍ୟା ପାର୍ବତୀ ଗିରିଙ୍କ ଜୀବନି ଉପରେ ନିର୍ମାଣଧିନ ଥିବା ଚଳଚ୍ଚିତ୍ର ‘ବଡ ମାଁ’ ପ୍ରଯୋଜନାରେ ସାମିଲ ହୋଇଛନ୍ତି ବିକାଶ ଗ୍ରୁପ୍‌ । ଏହି ଅବସରରେ ବିକାଶ ଫାଷ୍ଟ ଷ୍ଟେପ୍‌ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିକାଶ ଗ୍ରୁପ୍‌ର ଅଧ୍ୟକ୍ଷ ଡି ମୁରଲିକ୍ରିଷ୍ଣା ଘୋଷଣା କରିଥିଲେ । ପଞ୍ଚବଟୀ ଫିଲ୍ମ୍ ଓ ବିକାଶ ଗ୍ରୁପ୍‌ ଏହି ଚଳଚ୍ଚିତ୍ରର ପ୍ରଯୋଜନା ଦାୟିତ୍ଵରେ ରହିବେ । ସାମ୍ବାଦିକ ସମ୍ମିଳନୀରେ ବିକାଶ ଗ୍ରୁପ୍‌ର ନିର୍ଦ୍ଦେଶକ ଡ଼.ସମରେନ୍ଦ୍ର ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ସେହିପରି ଚଳଚ୍ଚିତ୍ରର ନିର୍ଦ୍ଦେଶକ ଲିଟୁ ମହାନ୍ତି, ବିକାଶ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ଜି ଭାସ୍କର ରାଓ, ଏକାଡେମୀ ନିର୍ଦ୍ଦେଶକ ବି ନାଗେଶ୍ଵର ପ୍ରମୁଖ ମଞ୍ଚାସୀନ ଥିଲେ ।

pc pk
Leave A Reply

Your email address will not be published.