ସିମେଣ୍ଟ ଗୋଦାମରେ ଜିଏସଟି ଚଢ଼ଉ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଜିଏସଟି ଟିକସ ଫାଙ୍କୁଥିବା ଅଭିଯାଗରେ ବଲାଙ୍ଗିର ଜିଏସଟି ଏନଫୋର୍ସମେଣ୍ଟ ଟିମ୍‌ ଏକ ସିମେଣ୍ଟ ଗୋଦାମରେ ଚଢ଼ଉ କରିଛି । ସିନ୍ଧେକେଲା ଥାନା କୁରସୁଡ ଗାଁରେ ଥିବା ଏହି ସିମେଣ୍ଟ ଗୋଦାମ ମାଲିକ ଦୀର୍ଘ ଦିନ ହେଲା ଟିକସ ଠକେଇ କରୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ଶେଷରେ ଆଜି ଏନଫୋର୍ସମେଣ୍ଟ ଟିମ୍‌ ମୁକେଶ ଟ୍ରେଡ଼ର୍ସ ନାମକ ଏହି ସିମେଣ୍ଟ ଗୋଦାମରେ ଚଢ଼ଉ କରିଥିଲା । ଜିଏସଟି ଅଧିକାରୀମାନେ ସିମେଣ୍ଟ ଗୋଦାମରେ ଥିବା ଷ୍ଟକ ଯାଞ୍ଚ ସହ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରି ତଦନ୍ତ କରୁଛି । ହେଲେ ଏନେଇ ଜିଏସଟି ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ହେଁ କୌଣସି କୌଣସି ତଥ୍ୟ ଦେବାକୁ ମନା କରିଦେଇଛନ୍ତି । ତେବେ ସିମେଣ୍ଟ ଗୋଦାମଟି ଜଣେ ଜାତୀୟ ଦଳର ରାଜନେତାଙ୍କ ବୋଲି ଜଣାପଡିଛି ।

Leave A Reply

Your email address will not be published.