pr

ପଞ୍ଚ ସଖା ସ୍କୁଲ ଗଳିରେ ନିଜ ସୁରକ୍ଷା ପାଇଁ ଲଗାଇଲେ ସିସି ଟିଭି

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ବରପାଲି ପଡାରେ ଦିନକୁ ଦିନ ବଢିଚାଲିଛି ଚୋରି, ଲୁଟ ଏବଂ ଗେଙ୍ଗୱାର । ଏହି ଅସାମାଜିକ ତତ୍ତ୍ୱ ଯୋଗୁଁ ପଡାର ମହିଳା ତଥା ଜନସାଧାରଣ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି । ଏଣୁ ପଞ୍ଚସଖା ଗଳିର ବୁଦ୍ଧିଜୀବୀମାନଙ୍କର ବାରମ୍ବାର ବୈଠକ ବସିଥିଲା । ଉକ୍ତ ବୈଠକରେ ପଡାର ବାସିନ୍ଦା ସୁରକ୍ଷିତ ରହିବେ ତାହାର ଆଲୋଚନା ପର୍ଯ୍ୟାବର୍ତ୍ତନା ହୋଇଥିଲା । ଶେଷରେ ସୁରକ୍ଷିତ ରହିବା ପାଇଁ ସିସି ଟିଭି ଲଗାଇବା ପ୍ରସ୍ତାବ ଗୃହିତ ହୋଇଥିଲା । ସଭ୍ୟ ସଭ୍ୟାମାନଙ୍କର ମତାମତକୁ ଗୁରୁତ୍ୱ ଦେଇ ପ୍ରତ୍ୟେକ ପରିବାରକୁ ତିନି ହଜାର ଟଙ୍କା ଦାନ କରିବା ପାଇଁ ସମ୍ମତି ପ୍ରକାଶ ପାଇଥିଲା । ଖର୍ଚ୍ଚ କରି ୧୨ଟି ସିସି ଟିଭିର ବ୍ୟବସ୍ଥା କରାଗଲା । ସ୍କୁଲ ତଥା ଅନ୍ୟାନ୍ୟ ସ୍ଥାନମାନଙ୍କରେ ଏକତ୍ରିତ ହେଉଥିବା ଅସମାଜିକ ବ୍ୟକ୍ତିଙ୍କୁ ଆଖି ଆଗରେ ରଖି ସିସିଟିଭି ଲଗାଗଲା । ଏହି କାର୍ଯ୍ୟକ୍ରମକୁ ପଡାବାସୀ ଉତ୍ସାହ ପ୍ରଦାନ କରିଥିଲେ । ଆଗକୁ ପଡାରେ କିପରି ଭାଇଚାର ଏବଂ ସମସ୍ତଙ୍କୁ ସ୍ନେହର ହାତ ବଢାଇବା ପାଇଁ ଦୃଢ ସଂକଳ୍ପ ନେଇଥିଲେ । ଉକ୍ତ ସଭାରେ ସଭାପତି ଭାବେ ଡ. ଜଗନ୍ନାଥ ପଣ୍ଡା, ଉପସଭାପତି ଗୋପଭୂଷଣ ନାଥ, ସଂପାଦକ ଆର୍ତ୍ତତ୍ରାଣ ମିଶ୍ର, ସହସଂପାଦକ ନୃସିଂହ ଚରଣ ଗୌଡ, କୋଷାଧ୍ୟକ୍ଷ ରମେଶ ଚନ୍ଦ୍ର ନାଥ ତଥା ଦୁତି ରଂଜନ ମହାଲିଙ୍ଗ, ଅର୍ଜୁନ ହୋତା, ପପୁ ସାହୁ, ଜ୍ୟୋତି ରଞ୍ଜନ ସରାଫ, ସନ୍ତୋଷ ମିଶ୍ର, ଜୟରାଜ ବହିଦାର, ଲମ୍ବୋଦର ସାହୁ, ଗଦାଧର ଭୋଇ, ନିଳମାଧବ ପରିଚ୍ଛା, ଶାନ୍ତିଲତା ମିଶ୍ର, ସ୍ୱର୍ଣ୍ଣଲତା ନାଥ, ପଙ୍କଜିନି ପଣ୍ଡା, ଅର୍ଚ୍ଚନା ନାୟକ, ଦୀପ୍ତିମୟୀ ସାହୁ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.