ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବଜେଟ୍‌ ଅଧିବେଶନରେ ଧାନ କ୍ୱିଣ୍ଟାଲ ପ୍ରତି ଚାଷୀ ମାନଙ୍କୁ ୩୧୦୦ ଟଙ୍କା ଦେବାର ବ୍ୟବସ୍ଥା

କେନ୍ଦୁଝର : ଓଡିଶାର ଚାଷୀ ଦରଦୀ ଲୋକପ୍ରିୟ ଯଶସ୍ୱୀ ମୁଖ୍ୟମନ୍ତ୍ରୀ ଶ୍ରୀମାନ ମୋହନ ଚରଣ ମାଝି ବଜେଟ୍‌ ଅଧିବେଶନରେ ଧାନ କ୍ୱିଣ୍ଟାଲ ପ୍ରତି ଚାଷୀ ମାନଙ୍କୁ ୩୧୦୦ ଟଙ୍କା ଦେବାର ବ୍ୟବସ୍ଥା । ଓଡିଶାର ସମସ୍ତ ୫୮ଟି ସବ୍‌ଡିଭିଜନ୍‌ରେ ଶୀତଳଭଣ୍ଡାର ପ୍ରତିଷ୍ଠା କରିବାର ଅର୍ଥ ବ୍ୟବସ୍ଥା, ପି.ଏମ୍‌. କିଷାନରେ ସହରାଞ୍ଚଳର ଚାଷୀ ମାନଙ୍କୁ ସାମିଲ କରିବା ସହିତ ଓଡିଶାର ୬ ଲକ୍ଷ ଚାଷୀଙ୍କୁ ସାମିଲ କରିବା, ଉଠା ଜଳସେଚନ ମାଧ୍ୟମରେ ଚାଷ ଜମିକୁ ଜଳ ସେଚିତ କରିବା ପାଇଁ ବ୍ୟବସ୍ଥା । ସମସ୍ତ ଗ୍ରାମାଞ୍ଚଳରେ ପନିପରିବା ମଣ୍ଡୀ ଖୋଲିବାର ବ୍ୟାପକ ବ୍ୟବସ୍ଥା କରିଥିବାରୁ ଆଜି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ଵର ସାହୁଙ୍କ ନେତୃତ୍ଵରେ ଓଡିଶାର ଶତାଧିକ ଚାଷୀ ନେତା ମାନେ ଭୂବନେଶ୍ୱର ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମିଠାଇ ଦେଇ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇବା ସହିତ କୃତଜ୍ଞତା ଜଣାଇଥିଲେ । ତତ୍‌ସହିତ ଓଡ଼ିଶାର ଚାଷୀ ଦରଦୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଧନ୍ୟବାଦ୍‌ ଉପସ୍ଥିତ ଚାଷୀ ନେତାମାନେ ନାରା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସମ୍ପାଦକ ଉପେନ୍ଦ୍ର ଭଞ୍ଜ, ଉପସଭାପତି ପୁଲିନ୍ ପ୍ରକାଶ ପୁହାଣ, ହଳପାଣି ମାଝୀ, ହୃଷୀକେଶ ଜେନା, ରାଜ୍ୟ ସଂଯୋଜକ ଅଶୋକ କୁମାର ରଥ, ବିକ୍ରମ କେଶରୀ ରାଉତରାୟ, ପରାଉ ହେମ୍ରମ, ମନୋଜ କୁମାର ସାହୁ, କୋଷାଧ୍ୟକ୍ଷ ବିଶ୍ୱଜୀତ୍ ସ୍ୱାଇଁ, କାର୍ଯ୍ୟାଳୟ ସଂପାଦକ ସତ୍ୟବାଦୀ ଚଇନି, ଶ୍ଵେତ ଦୋରା, ଜଗନ୍ନାଥ ମହାପାତ୍ର, ପ୍ରଦୀପ କୁମାର ସାହୁ, ସଞ୍ଜବ ରଣା, କୌଶିକ ଚାନ୍ଦ, ବୌରାଗୀ ବେହେରା, ପାଣ୍ଡବ ଧଲ, ସୁରଥ କୁମାର ସେଠୀ, ଶ୍ରୀଧର ପ୍ରଧାନ, ଉପେନ୍ଦ୍ର ରାଉଲ, ଶକଂର୍ଶଣ ଜେନା, ଅଜୟ କୁମାର ପ୍ରଧାନ, ଶ୍ରୀନିବାସ ପ୍ରଧାନ, ମଦନ ମୋହନ ପ୍ରଧାନ, ପ୍ରଶାନ୍ତ କୁମାର ସ୍ୱାଇଁ, ସନ୍ତୋଷ କୁମାର ଜେନା, ସନ୍ତୋଷ କୁମାର ବିଶ୍ଵାଳ, ତାପସ କୁମାର ଜେନା, ସୁଶ୍ରୀ ମନୀଷା ଚିନ୍ମୟୀ ବେହେରା, ନନ୍ଦିନୀ ଶତପଥୀ, ଜୟ ଲକ୍ଷ୍ମୀ ମହାନ୍ତି, ବନ୍ଦନା ଦାସ କାନୁନଗୋ, ଗୀତାଞ୍ଜଳି ଅପା ପ୍ରମୁଖଙ୍କ ସମେତ ଶତାଧିକ ଚାଷୀ ନେତୃବୃନ୍ଦ ଉପସ୍ଥିତ ଥିଲେ ।

Leave A Reply

Your email address will not be published.