ନୂଆଁଖାଇ ପୂର୍ବରୁ ସହାୟତାର ହାତ ବଢେଇଲା ବଲାଙ୍ଗିର ଘରୋଇ ବସ୍‌ ମାଲିକ ସଂଘ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନୂଆଁଖାଇକୁ ଦୃଷ୍ଟିରେ ରଖି ଜିଲା ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ କର୍ମଚାରୀମାନଙ୍କୁ ଶୁଖିଲା ଖାଦ୍ୟ ପ୍ୟାକେଟ ବଂଟନ କରାଯାଇଥିଲା । ଲକ୍‌ ଡାଉନ୍‌ ଆରମ୍ଭ ହେବା ପରେ ଜିଲାରେ ବସ ଚଳାଚଳ ଗୁରୁତର ଭାବେ ପ୍ରଭାବିତ ହୋଇଛି । ୫ ଶହରୁ ଉଦ୍ଧ୍ୱର୍ କର୍ମଚାରୀ ଏବଂ ବସଷ୍ଟାଣ୍ଡ ସହ ସମୃକ୍ତ କର୍ମଚାରୀ ସମ୍ପୁର୍ଣ୍ଣ ଭାବେ ବେରୋଜଗାର ହୋଇଯାଇଛନ୍ତି । ଘରୋଇ ବସ ମାଲିକ ସଂଘର ଅନୁରୋଧ କ୍ରମେ ଜିଲା ପ୍ରଶାସନ ପକ୍ଷରୁ ଅଧିକାଂଶ କର୍ମଚାରୀଙ୍କୁ ରିଲିଫ ଖାଦ୍ୟ ପ୍ୟାକେଟ ଯୋଗାଇ ଦିଆଯାଇଥିଲା । ରିଲିଫ ପାଇ ନଥିବା ଅବଶିଷ୍ଟ କର୍ମଚାରୀଙ୍କୁ ଆଜି ବସ୍‌ ମାଲିକ ସଂଘ ପକ୍ଷରୁ ରିଲିଫ ଯୋଗାଇ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ହେମନ୍ତ ପଣ୍ଡା, ସମ୍ପାଦକ ପ୍ରଶାନ୍ତ ଶତପଥୀ, ବରିଷ୍ଠ ଉପଦେଷ୍ଟା ଦୁର୍ଗାଚରଣ ବେହେରା, ସୁମନ୍ତ ଭୋଇ, ମାନସ ରଂଜନ ନାୟକ, ଚନ୍ଦ୍ରମଣୀ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.