ଓଲଟିଲା ବସ୍‌ : ଜଣେ ମୃତ, ୯ ଗୁରୁତର

ରାୟଗଡ଼ା : ଗତକାଲି ରାତିରେ ବସ୍‌ ଦୁର୍ଘଟଣାରେ ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅଞ୍ଚଳରେ ବସ୍‌ ଓଲଟି ଜଣେ ଯାତ୍ରୀ ଆଖି ବୁଜିଥିବା ବେଳେ ୯ ଜଣ ଗୁରୁତର ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ଧରି (ଓଡି ଓ୨ ଏସ୍‌ ୨୯୪୮) ‘ରଘୁନାଥ’ ବସ୍ ଗତକାଲି କଟକରୁ ଜୟପୁର ଅଭିମୁଖେ ଯାଉଥିଲା । ମାତ୍ର ବିଳମ୍ବିତ ରାତିରେ ରାୟଗଡ଼ା ଜିଲ୍ଲା ବେଥିଆପଡ଼ା ନିକଟରେ ଦ୍ରୁତ ଗତିରେ ଯାଉଥିବା ବସ୍‌ଟି ଏକ କଲଭର୍ଟରେ ପିଟି ହୋଇ ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ହୋଇଛନ୍ତି । ସ୍ଥାନୀୟ ଲୋକଙ୍କ ସହାୟତରେ ରାୟଗଡା ପୁଲିସ୍‌ ଗୁରୁତରମାନଙ୍କୁ ପ୍ରଥମେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ମାତ୍ର ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.