om academy

ବିଏସଏନଏଲ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

jsm

ଭୁବନେଶ୍ୱର, (ପିଆଇବି) : ସ୍ଥାନୀୟ ବିଏସଏନଏଲ ଭବନ ପରିସରରେ ବିଏସଏନଏଲ, ଓଡ଼ିଶା ସର୍କଲ ପକ୍ଷରୁ “ଦୁର୍ନୀତି ନିବାରଣ ସଚେତନତା ସପ୍ତାହ” ପାଳିତ ହୋଇଯାଇଛି । ଏହି ଅବସରରେ ବିଏସଏନଏଲର ମୁଖ୍ୟ ମହାପ୍ରବନ୍ଧକ ଡ. ଉଦୟ ଶଙ୍କର ପଣ୍ଡା ଯୋଗ ଦେଇ ସମସ୍ତ କର୍ମଚାରୀମାନଙ୍କୁ ଦୁର୍ନୀତି ନିବାରଣ ଲାଗି ଶପଥ ପାଠ କରାଇଥିଲେ । ଏହି ଉପଲକ୍ଷେ ବିଏସଏନଏଲ କର୍ମଚାରୀମାନଙ୍କ ମଧ୍ୟରେ ସମ୍ମିଳନୀ କକ୍ଷ ପରିସରରେ ଏକ ବକ୍ତୃତା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏହି ପ୍ରତିଯୋଗିତାର ବିଷୟବସ୍ତୁ ଥିଲା “ସତର୍କ ଭାରତ, ସମୃଦ୍ଧ ଭାରତ” । ଶେଷରେ ଅପରାହ୍ଣରେ ଆୟୋଜିତ ଉଦଯାପନୀ ସମାରୋହରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଓଡ଼ିଶା ସର୍କଲ ଉପମହାପ୍ରବନ୍ଧକ (ଭିଜିଲାନ୍ସ) କାର୍ତିକ ଚରଣ ପତିଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତାରେ ଡିଜିଏମ (କୋର-ଏନ/ଡବ୍ଲୁ) ଶ୍ରୀମତୀ ଅଲିଭା ମହାପାତ୍ର ପ୍ରଥମ ପୁରସ୍କାର, ଡିଜିଏମ (ଏସଆଣ୍ଡପି) ଶୈଳେଶ ମହାପାତ୍ର ଦ୍ୱିତୀୟ ପୁରସ୍କାର ଏବଂ ଏଓ (ସିଏସସି) ଅପ୍ରମେୟ କର ତୃତୀୟ ପୁରସ୍କାର ହାସଲ କରିଥିଲେ ।

Leave A Reply

Your email address will not be published.