ଇନରହ୍ୱିଲ କ୍ଲବ ବରଗଡ଼ ସେଣ୍ଟ୍ରାଲ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ଅଗ୍ରଣୀ ମହିଳା ସ୍ୱେଚ୍ଛାସେବୀ ସଂସ୍ଥା ଇନରହ୍ୱିଲ କ୍ଲବ ବରଗଡ଼ ସେଣ୍ଟ୍ରାଲ ପକ୍ଷରୁ ଆଜି ପ୍ରଥମ ପର୍ଯ୍ୟାୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ବରଗଡ଼ ବେସରକାରୀ ବସଷ୍ଟାଣ୍ଡ ନିକଟରେ ଥିବା ରାତ୍ର ଆଶ୍ରୟସ୍ଥଳୀ ପରିସରରେ ଆମ୍ବ, କଦଳୀ, ପଣସ ପରି ଅନେକ ଗୁଡ଼ିଏ ଫଳ ଏବଂ ପୁଳ ଚାରା ରୋପଣ କରାଯାଇଛି । କ୍ଲବ ସଭାନେତ୍ରୀ ମୌସୁମୀ ନାକୁଲାଙ୍କ ତତ୍ତ୍ୱାବଧାନରେ ହୋଇଥିବା ଉକ୍ତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆରତୀ ତୋମାର, ସୁନିତା ଲାଠ, ପିଙ୍କି ବଗର୍ତ୍ତି, ଗୀତାଞ୍ଜଳି ମେହେର, କବିତା ପନସାରୀ, ଅଫସାନା ଲୋଧିଆ, ସ୍ୱେତା ମିତ୍ତଲ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ପରିଣତ ବୟସରେ ବାସହରା ହୋଇ ରାତ୍ର ଆଶ୍ରୟସ୍ଥଳୀକୁ ନିଜର ଠିକଣା କରିଥିବା ବୟୋଜ୍ୟେଷ୍ଠ ଅନ୍ତେବାସୀମାନେ ଉକ୍ତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇ ସମସ୍ତେ ଗୋଟିଏ ଲେଖାଏଁ ଗଛ ଲଗାଇବା ସହିତ ଆନନ୍ଦିତ ଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.