p purohi

ଡେଲାଙ୍ଗରେ ବିଜେଡି ପକ୍ଷରୁ ବୃକ୍ଷ ରୋପଣ

dr. purohit

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ବିଜୁ ଜନତା ଦଳର ୨୫ତମ ପୂର୍ତ୍ତି ଉପଲକ୍ଷେ ବିଜୁ ଯୁବ ଓ ଛାତ୍ର ଜନତା ପକ୍ଷରୁ ଶନିବାର ଡେଲାଙ୍ଗରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏହି ମହାନ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ରୁଦ୍ର ପ୍ରତାପ ମହାରଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡେଲାଙ୍ଗ-କୋଠାବାଡ଼ ଓ ଚାଁଇପୁର ପଞ୍ଚାୟତରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ତାଙ୍କ ସହିତ ପୁରୀ ଜିଲ୍ଲା ଯୁବ ବିଜେଡି ସଭାପତି ନାରାୟଣ ସ୍ୱାଇଁ, ପୁରୀ ଜିଲ୍ଲା ଛାତ୍ର ବିଜେଡି ସଭାପତି ରାକେଶ ରଥ, ବ୍ଲକ ଅଧକ୍ଷା ବାସନ୍ତୀ ସାହୁ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ, ଡେଲାଙ୍ଗ ସରପଞ୍ଚ ଦୀପକ କୁମାର ସାହୁ, ଚାଁଇ ପୁର ସରପଞ୍ଚ ଜୟନ୍ତୀ ବରାଳ, ସମିତି ସଭ୍ୟା ମଂଜୁଲତା ହାତୀ, ରେଁଚ ସମିତି ସଭ୍ୟ ପ୍ରଭାତ କୁମାର ଜେନା, ଡେଲାଙ୍ଗ ବ୍ଲକ ବିଜୁ ଯୁବ ଜନତା ସଭାପତି ସୌମ୍ୟ ରଞ୍ଜନ ରାଉତ ଏବଂ ବିଜୁ ଛାତ୍ର ଜନତା ସଭାପତି ସୁଦୀପ୍ତ କୁମାର ନାୟକ ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ କର୍ମୀ, ସମର୍ଥକ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

nrusinghnath
Leave A Reply

Your email address will not be published.