oom

ପର୍ଯ୍ୟଟନସ୍ଥଳୀ ଭୀମପାହାଡ଼ରେ ଦେଓଗାଁ କଂଗ୍ରେସ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ୧୨ଟା ସମୟରେ ଦେଓଗାଁ ବ୍ଳକ କଂଗ୍ରେସ କମିଟି ପକ୍ଷରୁ ମକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ପର୍ଯ୍ୟଟନ ସ୍ଥଳୀ ଭୀମପାହାଡ଼ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁ‌ଷ୍ଠିତ ହୋଇଯାଇଛି । ବୃକ୍ଷ ରୋପଣ ପୂର୍ବରୁ କଂଗ୍ରେସର ଏକ ସଂଗଠାନିକ ସଭାରେ ବ୍ଳକ ସଭାପତି ରାମଜୀ ଚୌଧୁରୀ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଏଆଇସିସି ସଭ୍ୟ ତଥା ରାଜ୍ୟ ପ୍ରବକ୍ତା ସମରେନ୍ଦ୍ର ମିଶ୍ର, ଜିଲ୍ଲା ସେବାଦଳ ମୁଖ୍ୟ ଅସୀତ ମିଶ୍ର, ବ୍ଲକ ବିଧାୟକ ପ୍ରତିନିଧୀ କାନ୍ତେଶ୍ୱର ପଧାନ, ଆଦିବାସୀ ନେତା ମୟ ପ୍ରଧାନୀ, ପୂର୍ବ ବ୍ଲକ ଅଧ୍ୟକ୍ଷ କୈଳାଶ ତାଣ୍ଡି, ପୂର୍ବ ଜିଳ୍ଲା ପରିଷଦ ସଭ୍ୟ ତାରାକାନ୍ତ ବାଗ, ଯୁବ କଂଗ୍ରେସ ସଭାପତି ସମୀର ସାହୁ, କିଶାନ କଂଗ୍ରେସ ସଭାପତି ପ୍ରଦ୍ୟୁନ୍ନ ସାହୁ, ଯୁବନେତା ପପୁ ପାତ୍ର, ଅର୍ତ୍ତ ଘିଭେଲା ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ସଭାପତି ଶ୍ରୀ ଚୌଧୁରୀ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ପଞ୍ଚାୟତ ନିର୍ବାଚନର ପ୍ରଥମ ବିଗୁଲ ବୋଲି ଦର୍ଶାଇଥିବା ବେଳେ ମୁଖ୍ୟ ଅତିଥି ସମରେନ୍ଦ୍ର ମିଶ୍ର ବୃକ୍ଷ ରୋପଣ ଏକ ମହାନ କାର୍ଯ୍ୟକ୍ରମ ବୋଲି କହିବା ସହ ସଂଗଠନ ଉପର ସ୍ତରରୁ ନୁହେଁ ତଳ ସ୍ତରରୁ ଉପରକୁ ଗଲେ ସାଧାରଣ ଲୋକେ ଅଧିକ ଉପକୃତ ହେବେ ବୋଲି ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ରେଞ୍ଜର ଆଠଗାଁ ସେକସନର ଫରେଷ୍ଟର ଜେନା ରାଉତ ଯୋଗଦେଇ ୨ଶହ ଅଁଳା, ପଣସ ଓ ପିଜୁଳି ଚାରା ଦେଇଥିବା କହିଛନ୍ତି । କଂଗ୍ରେସ କର୍ମି ସୁଦାମ ପଟେଲ, ମାର୍କଣ୍ଡ ମେହେର, ପ୍ରମୋଦ ମିଶ୍ର, ପ୍ରଦିପ ପଧାନ, ରମେଶ ମହାପାତ୍ର, ରାଜିବ ପଟେଲ ସହ ଦେଓଗାଁ ବ୍ଳକର ବିଭିନ୍ନ ପଞ୍ଚାୟତରୁ ଶତାଧିକ କଂଗ୍ରେସ କର୍ମି ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.