ବଲାଙ୍ଗିର, (କେପିଏନ୍ଏସ୍) : “ବୃକ୍ଷ ହିଁ ରକ୍ଷକ, ବୃକ୍ଷ ହିଁ ଦେବତା ମାନବ ଜାତିକୁ କାଲେ କାଲେ ରକ୍ଷା କରେ ସେହି” । ପ୍ରକୃତିର ଏହି ଅମୁଲ୍ୟ ଦାନକୁ ବଞ୍ଚାଇବା ପାଇଁ ଆଜି ବଲାଙ୍ଗିର ପୂର୍ବତନ ସାଂସଦ କଳିକେଶ ସିଂଦେଓ ଓ ଯୁବନେତା ଅର୍କେଷ ସିଂଦେଓଙ୍କର ଆହ୍ୱାନ କ୍ରମେ ଆଜି ଓଡିଶା ମୋ ପରିବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲା ସଂଯୋଗ ସାଗର ସଙ୍ଗମ ଶତପଥି ଓ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ତଥା ବୌଦ୍ଧ ପର୍ୟ୍ୟବେକ୍ଷକ ସୁମନ କୁମାର ନନ୍ଦଙ୍କର ନେତୃତ୍ୱରେ ଆଜି ବଲାଙ୍ଗିର ବିଶ୍ୱବିଦ୍ୟାଳୟ କ୍ୟାମ୍ପସ, ପରିପାର୍ଶ୍ୱ ଓ କଲେଜଛକଠୁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଥିବା ବିଭାଜନକାରୀରେ ବୃକ୍ଷ ରୋପଣ କରାଯାଇଛି । ଏହି ମହତ କାର୍ଯ୍ୟକ୍ରମ ଗୋଟିଏ ସପ୍ତାହ ପାଇଁ ଚାଲିବ ବୋଲି ସୁମନ କୁମାର ନନ୍ଦ ସୂଚନା ଦେଇଛନ୍ତି । ଆକାଶ ଗଡ଼ତିଆ, ସାଜିତ ପଧାନ, ମୁକେଶ ପଟେଲ, ସମ୍ବିତ ପୁରୋହିତ, କୈଳାଶ ଭୋଇ, ବିରଞ୍ଚି ଭୋଇ, ରାଜେଶ ସାହୁ, ସୁବ୍ରତ, ଶିବଦତ୍ତ ମାଝୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ ।