oom

ବୃଦ୍ଧାଙ୍କ ସ୍ୱାସ୍ଥ୍ୟପରୀକ୍ଷା କରାଇ ବୃଦ୍ଧାଶ୍ରମରେ ଆଶ୍ରୟ ଦିଆଗଲା

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜଣେ ଅସହାୟ ବୃଦ୍ଧାଙ୍କୁ ମୁମୁର୍ଷୁ ଅବସ୍ଥାରେ ଛତ୍ରପୁର ରେଳଷ୍ଟେସନ ଅଞ୍ଚଳର ଲିଲି ଦାସ ନାମ୍ନୀ ଜଣେ ମହିଳା ଛତ୍ରପୁର ବସଷ୍ଟାଣ୍ଡ ନିକଟରେ ଦେଖି ତାଙ୍କୁ ଗଞ୍ଜାମ ଜିଲ୍ଲା ଛତ୍ରପୁର ମୁଖ୍ୟ ହସ୍ପିଟାଲକୁ ଆଣି ଭର୍ତ୍ତି କରିଥିଲେ । ସୂଚନା ଅନୁସାରେ ବୃଦ୍ଧାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସ୍ଥିରତା ଆସିବା ପରେ ବୃଦ୍ଧା ଜଣକ ଗଞ୍ଜାମ ସହର ଦାମୋଦରପୁର ଗ୍ରାମର ମହାଲଷ୍ମୀ ବେହେରା (୬୫)ବୋଲି ପରିଚୟ ମିଳିଲା । ତାଙ୍କର ସାହା ଭରଷା ବୋଲି କେହି ନାହାନ୍ତି, ତାଙ୍କର ଜଣେ ୫୫ ବର୍ଷର ପାଗଳା ପୁଅକୁ ନେଇ ଘରେ ରୁହନ୍ତି । ପରିବାରର ଗୁଜୁରାଣ ମେଣ୍ଟାଇବାରେ ଦୁଇବେଳା ଖାଇବାକୁ ମିଳିବା ମଧ୍ୟ ଭାରି କଷ୍ଟ ବୋଲି ବୃଦ୍ଧାଙ୍କ ଦୁଖଃଭରା କରୁଣ କାହାଣୀ ଶୁଣିବା ପରେ ଏହାକୁ ନେଇ କିଛି ସମାଜସେବୀ ଚିନ୍ତାପ୍ରକଟ କରି ବୃଦ୍ଧାଙ୍କୁ ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ନିକଟରେ ଥିବା ବୃଦ୍ଧାଶ୍ରମକୁ ଆମୁଲାନ୍ସ ଯୋଗେ ସବୁ ବନ୍ଦୋବସ୍ତ କରି ପଠାଇଥିଲେ । ପ୍ରଥମେ ବୃଦ୍ଧାଙ୍କୁ ଜଣେ ସୁରକ୍ଷା କର୍ମୀ ମ୍ୟାନେଜର ଡ୍ରାଇ-ଫୁଡ଼ ଦେଇଥିଲେ । ଏହି ବ୍ୟବସ୍ଥାପନାରେ ସମାଜସେବୀ ଦିଲୀପ ସାମଲ ଜିଲ୍ଲା ପ୍ରଶାସନର ସହଯୋଗ ନେଇ ଜିଲ୍ଲା ସାମାଜିକ ସୁରକ୍ଷାଧିକାରୀ ଶୁଭ୍ରାଂଶୁ କୁମାର ମହାରଣାଙ୍କ ସହ ଯୋଗଯୋଗ କରିଥିଲେ । ବୃଦ୍ଧାଙ୍କୁ ଡ୍ରାଇ ଫୁଡ଼ଦେଇ ହସ୍ପିଟାଲ ମେନେଜର ସନ୍ତୋଷପଣ୍ଡା, ସୁରକ୍ଷାକର୍ମୀ, ସ୍ୱାସ୍ଥ୍ୟମିତ୍ରଙ୍କ ସମେତ ବୃଦ୍ଧାଙ୍କୁ ବୃଦ୍ଧାଶ୍ରମ ସ୍ଥାନାନ୍ତର କରି ନେବାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.