ଲସି ପିଇବା ପାଇଁ ଯାଇଥିବା ବେଳେ ଏକ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ବୌଦ୍ଧ, (ମମତା ମହାକୁର) : ବ୍ୟାଙ୍କରୁ ଲକ୍ଷେ ଟଂକା ଉଠାଣ କରି ବାଇକ ଡିକିରେ ରଖି ବୁଟୁପାଲିର ଏକ ଲସି ଦୋକାନକୁ ଲସି ପିଇବା ପାଇଁ ଯାଇଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ଲୁଟି ନେଇଥିବା ବୌଦ୍ଧ ଆଦର୍ଶ ଥାନାରେ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ବ୍ଲକ ଗୁଦୁରାବେଣୀ ଗ୍ରାମର ସନ୍ତୋଷ ପ୍ରଧାନ ଗତକାଲି ଅପରାହ୍‌ହ୍ନରେ ବୌଦ୍ଧ ୟୂନିୟନ ବ୍ୟାଙ୍କ ଶାଖାରୁ ଏକ ଲକ୍ଷ ଟଙ୍କା ଉଠାଣ କରି ବାଇକ ଡିକିରେ ରଖି ଘରକୁ ଫେରୁଥିଲେ । ବୌଦ୍ଧ ସହର ବୁଟୁପାଲିର ଜାତୀୟ ରାଜପଥ ନମ୍ବର ୫୭ର କଡରେ ଥିବା ଗୋଟିଏ ଦୋକାନକୁ ବାଇକ ସାମ୍ନାରେ ରଖି ଲସି ପିଇବା ପାଇଁ ତାଙ୍କ ଜଣେ ସଂପର୍କୀୟଙ୍କ ସହ ଯାଇଥିଲେ । ତାଙ୍କୁ ପିଛା କରି ହେଲମେଟ ପିନ୍ଧିଥିବା ଦୁଇ ଜଣ ଯୁବକ ଆସି ବାଇକ ଡିକି ଭାଙ୍ଗି ଏକ ଲକ୍ଷ ଟଙ୍କା ସହ ପାସବୁକ୍, ଚେକ୍ ବୁକ୍ ଓ ଭୋଟର ପରିଚୟ ପତ୍ର ଆଦି ଧରି ଚମ୍ପଟ୍ ମାରିଥିଲେ । ଏ ସମ୍ପର୍କରେ ବୌଦ୍ଧ ଆଦର୍ଶ ଥାନାରେ ଏକ ଅଭିଯୋଗ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.