om academy

ବୌଦ୍ଧ ଜିଲ୍ଲାରେ କରୋନାର ବିସ୍ପୋରଣ : ଆଜି ଗୋଟିଏ ଦିନରେ ଜିଲ୍ଲାରେ ୭୦ଆକ୍ରାନ୍ତ 

jsm

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଯାହାକି ଜିଲ୍ଲା ପ୍ରଶାସନ ପାଇଁ ଏକ ଚିନ୍ତା ଜନକ ସମସ୍ୟା । ଆଜି ଜିଲ୍ଲାରେ ୭୦ ଜଣ ନୂତନ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି । ଆଜିର ୭୦ କରୋନା ପଜିଟିଭ ସଂଖ୍ୟାକୁ ମିଶାଇଲେ ଆଜି ସୁଦ୍ଧା ଜିଲ୍ଲାରେ ମୋଟ୍‌ ୩୧୩୯ଜଣ ଆକ୍ରାନ୍ତ ହୋଇସାରିଛନ୍ତି । ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଆକ୍ରାନ୍ତଙ୍କ ମଧ୍ୟରୁ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ରାମେଶ୍ୱର ବିହାରରୁ ୨ଜଣ, ବଗିଚାସାହିରୁଜଣେ, ସୁଦସାହିରୁ ୫ଜଣ, ମାଷ୍ଟର୍‌ଲାଇନରୁ ୧ଜଣ, ବ୍ରାହ୍ମଣସାହିରୁ ୧ଜଣ, ରେଭିନ୍ୟୁ କଲୋନିରୁ ୧ଜଣ, ବୁଟୁପାଲିରୁ ୪ଜଣ, ଖଲିଆବଗିଚାରୁ ୨ ଜଣ, ବୌଦ୍ଧ ବ୍ଲକ୍‌ ବଢିଗାଁଗ୍ରାମରୁ ୧ଜଣ, ବାଉଁଶୁଣୀ ଗ୍ରାମରୁ ୨ଜଣ, ମୁର୍ଷୁଣ୍ଢି ଗ୍ରାମରୁ ୧ଜଣ, ତେତେଲଙ୍ଗା ଗ୍ରାମରୁ ୧ଜଣ, ହରଭଙ୍ଗା ବ୍ଲକ ବାମଣ୍ଡା ଗ୍ରାମରୁ ୧ଜଣ, ଚାରିଛକରୁ ୨ଜଣ, ଧଳପୁର୍‌ ଗ୍ରାମରୁ ୨ଜଣ, ହରଭଙ୍ଗା ଗ୍ରାମରୁ ୩ଜଣ, କୁଶଙ୍ଗ ଗ୍ରାମରୁ ୧ଜଣ, ଅତଲସରା ଗ୍ରାମରୁ ୧ଜଣ, ପୁରୁଣାକଟକ ଗ୍ରାମରୁ ୨ଜଣ, ସାଂପୋଚ ଗ୍ରାମରୁ ୫ଜଣ, ଶ୍ୟାମସୁନ୍ଦରପୁର୍‌ ଗ୍ରାମରୁ ୧ଜଣ, ସରସରା ଗ୍ରାମରୁ ୧ଜଣ, ନାରାୟଣପୁର ଗ୍ରାମରୁ ୨ଜଣ, ତଳଗାଁ ଗ୍ରାମ ପଞ୍ଚାୟତ ଚିତିକାବାରୀ, ବରମୁଣ୍ଡା, ଦେହେରୀ ସାହି ଓ ତଳଗାଁରୁ ୧ଜଣ ଲେଖାଏଁ, ତିଲେଶ୍ୱର ଗ୍ରାମରୁ ୨ଜଣ, କଣ୍ଟାମାଳ ବ୍ଲକ ଟିଲାଟିଙ୍ଗା ଗ୍ରାମରୁ ୧ଜଣ, ଗୁଡଭେଲିପଦର ଗ୍ରାମରୁ ୧ଜଣ, କଣ୍ଟାମାଳ ଗ୍ରାମରୁ ୪ଜଣ, ବଡ ଛପାପାଲୀଗ୍ରାମରୁ ୨ଜଣ, ଖଲିଆପାଲି ଗ୍ରାମ ପଞ୍ଚାୟତର ଭାଲିଆପଦର ଗ୍ରାମରୁ ୧ଜଣ, ଖଲିଆପାଲି ଗ୍ରାମରୁ ୧ଜଣ, ଶଙ୍କରପୁର୍‌ ଗ୍ରାମରୁ ୧ଜଣ, କୁଲୁତାଜୋର୍‌ ଗ୍ରାମରୁ ୧ଜଣ, କୁଲିହାପାଲି ଗ୍ରାମରୁ ୧ଜଣ, ନୁର୍ପାଗ୍ରାମରୁ ୧ଜଣ, ଭାଣୀଜୀବେଡା ଗ୍ରାମରୁ ୧ଜଣ, କୁଣ୍ଡାମାଲ୍‌ ଗ୍ରାମରୁ ୧ଜଣ ରୁଣ୍ଡିମହୁଲଗ୍ରାମରୁ ୩ଜଣ, ଶୁଣ୍ଢିପଦର ପଂଚାୟତ ଗୋପାଳପୁର୍‌ ଗ୍ରାମରୁ ୧ଜଣ ଓ ଧୁଙ୍ଗିଆପଦର ଗ୍ରାମରୁ ୧ଜଣ ସଙ୍କ୍ରମିତ ହୋଇଛନ୍ତି ।

Leave A Reply

Your email address will not be published.