oom

ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ବିଜେପି ମଣ୍ତଳ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀ ଝାରବନ୍ଧ ବ୍ଲକ ଜଗଦଳପୁର ମଣ୍ଡଳର ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ନିଲଜୀପତ୍ରା ଛକ ଠାରେ ଜଗଦଲପୁର ମଣ୍ଡଳ ସଭାପତି ହରେକୃଷ୍ଣ ପଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ କୁମାର ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପାର୍ଟିକୁ ବୁଥ ସ୍ତରରେ ମଜବୁତ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ୟ୍ୟକ୍ରମରେ ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ର, ବରିଷ୍ଠ ନେତା ଶ୍ରୀକାନ୍ତ ପାଣିଗ୍ରାହୀ, ଝାରବନ୍ଧ ବ୍ଲକ ସାଂସଦ ପ୍ରତିନିଧି ହରିହର ସାହୁ, କିଶୋର ବାରିକ, ମ୍ୟାନେଜେର ପଟେଲ, ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ମଦନ ମୋହନ ପଟେଲ, କୁମୀର ଗ୍ରାମ ପଞ୍ଚାୟତ ସରପଞ୍ଚ କ୍ଷୀରସାଗର ସାହୁ, ମଣ୍ଡଳର ସାଧାରଣ ସମ୍ପାଦକ ପଦ୍ମନ ରଣା ଓ ବାସୁଦେବ ପୋଡ଼, ମୋର୍ଚ୍ଚା ସଭାପତି ଛତ୍ରପାଳ ସାହୁ, ରୋହିଣୀ ମେହେର, ଜୟପ୍ରକାଶ ପ୍ରଧାନ, କୋଷାଧକ୍ଷ ଗିରିଧର ପଟେଲ ତଥା ମଣ୍ଡଳର ବିବିଧ ପଦ ପଦବୀରେ ଥିବା ପଦାଧିକାରୀ ଏବଂ କାର୍ୟ୍ୟକର୍ତ୍ତା ଯୋଗ ଦେଇଥିଲେ । ସେହିପରି ବରିକେଲ ମଣ୍ଡଳ ସ୍ତରୀୟ ବର୍ଦ୍ଧିତ କାର୍ୟ୍ୟକାରିଣୀ ବୈଠକ କନସିଂହ ପଂଚାୟତ ଅଧିନସ୍ଥ ନୂଆପାଲିରେ ମଧ୍ୟ ଅନୁଷ୍ଠିତ ହୋଇଥିଲା । ବରିକେଲ ମଣ୍ତଳ ସଭାପତି ସୌକିଲାଲ ସାହାଙ୍କ ସଭାପତି‌ତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ଏଥିରେ ବରିଷ୍ଠ ବିଜେପି ନେତା ଗୋବର୍ଦ୍ଧନ ଭୁଏ ଜିଲ୍ଲା ସାଧାରଣ ସମ୍ପାଦକ ସରୋଜ ପାଣିଗ୍ରାହୀ, ସମ୍ପାଦିକା ସର‌ସ୍ୱତୀ ସାହୁ, ରାହାସ ବିହାରୀ ସାହୁ, ଜିଲ୍ଲା କୃଷକ ମୋର୍ଚା ମିଡ଼ିଆ ପ୍ରଭାରୀ ନିଲଂଚଳ ଦରୁଆନ ଓ ମାନ୍ୟଗଣ୍ୟ କାର୍ୟ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ । ମଣ୍ଡଳ ସଭାପତି ସୌକିଲାଲ ସାହା ଙ୍କ ନେତୃତ୍ୱ ରେ ହୋଇଥିଲା ଆଗାମୀ ଦିନ ରେ କେମିତି ମଣ୍ଡଳ ସ୍ତରରେ ସଂଗଠନ ମଜବୁତ ହେବ ସେ ବିଷୟରେ ଆଲୋଚନା ହୋଇଥିଲା ।

jittmm
Leave A Reply

Your email address will not be published.