ବିଜେପି ପାର୍ଟି ନଗର ତରଫରୁ କଲା ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜେପି ପାର୍ଟି ନଗର ତରଫରୁ ଟିକ୍ରାପଡାଠାରେ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପଂକଜିନୀ ପଣ୍ଡାଙ୍କ ଅଧକ୍ଷତାରେ ପୁଲବାମା ଘଟଣାକୁ ନେଇ କଲା ଦିବସ ପାଳନ କରାଯାଇଥିଲା । ସହିଦ ଭଗଦ ସିଂ, ଜୟ ରାଜଗୁରୁ ଓ ଶୁକଦେବଙ୍କୁ ବ୍ରିଟିଶ ସରକାର ଫାସୀ ଦଣ୍ଡାଦେଶ ଦେଇଥିଲେ । ସେଥିପାଇଁ ବିଜେପି ତରଫରୁ ଦୁଃଖ ପ୍ରକାଶ କରାଯାଇଥିଲା । ଭାରତୀୟ ଜନତା ପାର୍ଟିର ପୂର୍ବତନ ମନ୍ତ୍ରୀ ଓ ପଦ୍ମ ବିଭୂଷଣ ସ୍ୱର୍ଗୀୟା ସୁଷମା ସ୍ୱରାଜଙ୍କ ଜନ୍ମ ତିଥି ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଭା ପରିଚାଳନା କରିଥିଲେ । ସମଲେଇ ନଗର ମଣ୍ଡଳ ସଭାପତି ଲଳିତ ଶର୍ମାଙ୍କ ସହ ମୁଖ୍ୟ ଅତିଥିଭାବେ ପୂର୍ବତନ ଭାରତୀୟ ନୌସେନା ଅଧିକାରୀ କେଦାର ପଟ୍ଟନାୟକ ଉପସ୍ଥିତ ଥିଲେ । ମୁଖ୍ୟବକ୍ତାଭାବେ ବରିଷ୍ଟ ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀ ଉପସ୍ଥିତ ଥିଲେ ଓ ବିଜେପି ମହିଳା ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ଓ ବିଜେପିର ବରିଷ୍ଟ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.