pr

ଚନ୍ଦନଭାଟି ସାପ୍ତାହିକ ବଜାରରେ ବିଜେଡି ପକ୍ଷରୁ ମା‌ସ୍କ ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମ

dr. purohit

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଆଜି ଚନ୍ଦନଭାଟି ସାପ୍ତାହିକ ବଜାରରେ ବିଜେଡି ପକ୍ଷରୁ ମା‌ସ୍କ ବଣ୍ଟନ ଏବଂ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କରୋନା ମହାମାରୀ ସମସ୍ତଙ୍କ ନିଦ ହଜାଇ ଦେଇଥିବା ବେଳେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଉଛି । ଏହି କ୍ରମରେ ବଲାଙ୍ଗିର ବିଜେଡି ପକ୍ଷରୁ ମଧ୍ୟ କରୋନା ମହାମାରୀ ଉପରେ ବିଭିନ୍ନ ସମୟରେ ବିଭିନ୍ନ କାର୍ଯ୍ୟକ୍ରମ ହୋଇ ଆସୁଛି । ଆଜି ଚନ୍ଦନଭାଟି ସାପ୍ତାହିକ ବଜାର ସମ୍ମୁଖରେ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓଙ୍କ ନେତୃତ୍ଵରେ ବିଜେଡି ପକ୍ଷରୁ ମା‌ସ୍କ ବଣ୍ଟନ ଏବଂ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଜନସାଧାରଣଙ୍କୁ ମା‌ସ୍କ ଦେଇ ସାନିଟାଇଜ୍ କରାଯାଇ କୌଣସି ଗୁରୁତ୍ୱପୂର୍ଣ୍ଣ କାମ ନଥିଲେ ଘରୁ ନ ବାହାରିବା ଏବଂ ଦୂରତା ରକ୍ଷା କରିବା ପାଇଁ ଲୋକମାନଙ୍କୁ ବୁଝା ଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ, ଜିଲ୍ଲା ଯୁବ ସଭାପତି ରାଜେନ୍ଦ୍ର ହୋତା, ପୂର୍ବତନ ବିଡିସି ସଭାପତି ଶୁସିଲ ଚାନ୍ଦ, ପୂର୍ବତନ କାଉନସିଲର ରାମ ନାଏକ, ସାହାଜବାହାଲ ସରପଞ୍ଚ ପ୍ରଦ୍ୟୁମ୍ନ ହୋତା ଏବଂ ଜିଲ୍ଲା ଆଇଟି ସଂଯୋଜକ ବିଭୂତିଭୂଷଣ ମିଶ୍ର ଯୋଗଦେଇ ଲୋକଙ୍କୁ ସଚେତନତା ବାର୍ତ୍ତା ଦେଇଥିଲେ। ରାଜୁ ଦାସ, ପ୍ରିୟବ୍ରତ ନାଥ, ସମୀର ନାଗ, ଗୋବିନ୍ଦ ମିଶ୍ର, ଆଶୀର୍ବାଦ ସାହୁ, ସରୋଜ ସ୍ଵାଇଁ, ସିତୁ ଦଲାଇ, ଆନନ୍ଦମୟ ସିଂହ, ଚାଇନା ମେହେର, ବିଜୟ ସା, କୁନା ସାହୁ, ଶାନ୍ତନୁ ସିଂ ଧରୁଆ ପ୍ରମୁଖ ଯୋଗଦେଇ କାର୍ୟ୍ୟକ୍ରମରେ ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.