oom

ଆଇନଜୀବୀ ମିହିରେନ୍ଦ୍ର ପ୍ରତାପ ସିଂହଦେଓଙ୍କ ପତ୍ନୀ ବିୟୋଗ

jsmm

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ରାଜପରିବାରର ବରିଷ୍ଠ ଆଇନଜୀବୀ ତଥା ଐତିହାସିକ ମିହିରେନ୍ଦ୍ର ପ୍ରତାପ ସିଂହଦେଓଙ୍କ ପତ୍ନୀ ବୀଣା କୁମାରୀ ସିଂହଦେଓ(୫୦)ଙ୍କ ପରଲୋକ ହେଇଯାଇଛି । ସୂଚନା ମୁତାବକ ବୀଣା କୁମାରୀ ସିଂହଦେଓଙ୍କ ଭୁବନେଶ୍ୱରଠାରେ ଚିକିତ୍ସା ଚାଲିଥିବା ବେଳେ ଗତକାଲି ତାଙ୍କର ସେଠାରେ ପରଲୋକ ହୋଇଥିଲା । ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର ନିଖିଳେନ୍ଦ୍ର ଓ କନ୍ୟା ରାଜେଶ୍ୱରୀ ଉପସ୍ଥିତ ରହିଥିଲେ ଏବଂ ଭୁବନେଶ୍ୱରରୁ ଆଜି ସକାଳେ ମ.ରାମପୁରକୁ ଆଣିବା ପରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଏକ୍ସପର୍ଟ ସଦସ୍ୟ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ମ.ରାମପୁର ପଂଚାୟତ ସମିତି ଅଧ୍ୟକ୍ଷ ଜୀବେଶ କୁମାର ପଣ୍ଡା, ଜିଲ୍ଲା କଂଗ୍ରେସର ସାଧାରଣ ସଂପାଦକ ତଥା ପୂର୍ବତନ ସରପଂଚ ବିଭୂତି ଭୂଷଣ ମହାଖୁଡ଼ଙ୍କ ସମେତ ଅନ୍ୟମାନେ ତାଙ୍କରି ଶେଷ ଦର୍ଶନ କରିଥିଲେ । ପରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା । ତାଙ୍କ ବିୟୋଗରେ ଚାରିଆଡ଼େ ଶୋକର ଛାୟା ଖେଳିଯାଇଛି ।

jittmm
Leave A Reply

Your email address will not be published.