csstore

ଯୁବତୀଙ୍କୁ ବିଷ୍ଠା ଖୁଆଇ ଦେଲା ଯୁବକ

ବଙ୍ଗୋମୁଣ୍ଡା, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲାରେ ଏକ ଆଦିବାସୀ ଯୁବତୀଙ୍କୁ ଗାଳିଗୁଲଜ କରି ବିଷ୍ଠା ଆଣି ମୁହଁରେ ଘସିବା ସହ ଖୁଆଇଦେଇଥିବା ନେଇ ବଙ୍ଗୋମୁଣ୍ଡା ଥାନାରେ ଅଭିଯୋଗ ହୋଇଛି । ଅଭିଯୁକ୍ତଙ୍କୁ ଗିରଫ ଦାବିରେ ପୀଡିତାଙ୍କ ପରିବାର ଲୋକେ ମଙ୍ଗଳବାର ଥାନାର ଦ୍ୱାରସ୍ଥ ହୋଇଛନ୍ତି । ବଙ୍ଗୋମୁଣ୍ଡା ଥାନା ଜୁରାବନ୍ଧ ଗ୍ରାମର ୨୦ ବର୍ଷର ଆଦିବାସୀ ଯୁବତୀ ଗତ ୧୬ ତାରିଖ ଦିନ ଗାଁର ଏକ ପୋଖରୀରୁ ଅପରାହ୍ନ ୩ଟା ସମୟରେ ଗାଧୋଇ ସାରି ଘରକୁ ଫେରୁଥିବା ବେଳେ ଜୁରାବନ୍ଧ ଗ୍ରାମର ଅଭୟ ବାଗ ଦଉଡି ଆସି ଛାତିରେ ହାତ ମାରି ତଳେ ପକାଇଦେଇଥିଲା । ଯୁବତୀ ଜଣକ ଚିତ୍କାର କରିବା ପରେ ପାଖରେ ଥିବା ଯୁବତୀଙ୍କ ବଡ଼ ମାଁ ଦଉଡି ଆସି ଛଡ଼ାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଯୁବକ ଜଣକ ତାଙ୍କ ତଣ୍ଟି ଚିପି ଆକ୍ରମଣ କରି ଅଭଦ୍ର ଭାଷାରେ ଗାଳି ଗୁଲଜ କରିଥିଲା । ଅଭୟ ବାଗ ହାତରେ ବିଷ୍ଠା ଆଣି ଯୁବତୀଙ୍କ ମୁହଁରେ ଘସିଦେଇ ଜୋର ଜବରଦସ୍ତ ଖୁଆଇ ଦେଇଥିବା ନେଇ ପୀଡିତା ଥାନାରେ ଅଭିଯୋଗ କରିଛନ୍ତି । ଘଟଣାର ୪୮ ଘଣ୍ଟା ପରେ ମଧ୍ୟ ଅଭିଯୁକ୍ତକୁ ଗିରଫ କରାଯାଇ ନଥିବାରୁ ଗିରଫ ଦାବିରେ ପୀଡ଼ିତା ବଙ୍ଗୋମୁଣ୍ଡା ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

jayashree
Leave A Reply

Your email address will not be published.