oom

ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘର ବିଶେଷ ଅଧିବେଶନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘ କାର୍ୟ୍ୟକାରୀ କମିଟିର ଏକ ବିଶେଷ ଅଧିବେଶନ ସ୍ଥାନୀୟ ଟିକ୍ରାପଡା ଗାନ୍ଧୀ ପାଠାଗାରରେ ସଭାପତି ଧର୍ମବ୍ରତ ରଥଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଥିଲା । ବଲାଙ୍ଗିର ମାଟିର ଗର୍ବ ଓ ଗୌରବ ବିଶିଷ୍ଟ ଅଧିକାରୀ ଅସୀତ ତ୍ରିପାଠୀ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବରେ ଯୋଗ ଦେଇଥିବାରୁ ସଂଘ କାର୍ୟ୍ୟକର୍ତ୍ତା ଆନନ୍ଦ ପ୍ରକାଶ କରିଥିଲେ । ଏବେ ପଶ୍ଚିମ ଓଡିଶା ତଥା ବଲାଙ୍ଗିର ଜିଲ୍ଲାର ବିକାଶର ପର୍ବ ଆରମ୍ଭ ହେବା ସହ ରେଳ ଯୋଗାଯୋଗରେ ବିଶେଷ ଉନ୍ନତି ହେବ ବୋଲି ସଭ୍ୟବୃନ୍ଦ ଆଶା ପ୍ରକାଶ କରିଥିଲେ । ବିଶେଷତଃ ବଲାଙ୍ଗିର ଖୋର୍ଦ୍ଧା ରୋଡ ରେଳପଥ କାର୍ୟ୍ୟ ତ୍ୱରାନ୍ୱିତ ହୋଇ ଚଳିତ ବର୍ଷ ଶେଷ ସୁଦ୍ଧା ବଲାଙ୍ଗିର ସୋନପୁର ରେଳ ଚଳାଚଳ ହେବ, ସମ୍ବଲପୁର ଜାମ୍ମୁତାବୀ ଟ୍ରେନକୁ ଟିଟିଲାଗଡ ପର୍ୟ୍ୟନ୍ତ ସଂପ୍ରସାରଣ, ବଲାଙ୍ଗିର, ଟିଟିଲାଗଡ, କଣ୍ଟାବାଞ୍ଜି ରେଳ ଷ୍ଟେସନମାନଙ୍କ ଉନ୍ନତୀକରଣ ଦିଗରେ ବିକାଶ ପରିଷଦ ଅଧ୍ୟକ୍ଷ ବିଶେଷ ଦୃଷ୍ଟି ଦେବେ ବୋଲି ସଂଘ କାର୍ୟ୍ୟକର୍ତ୍ତା ଆଶାବ୍ୟକ୍ତ କରିଥିଲେ । ବୈଠକରେ ବିିକ୍ରମାନନ୍ଦ ବହିଦାରଙ୍କ ନାମ ଡିଆରୟୁସିସିର ସଭ୍ୟ ପଦ ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଏହି ସଭାରେ ସଂଘର ଉପଦେଷ୍ଟା ବିକ୍ରମାନନ୍ଦ ବହିଦାର, ସଂପାଦକ ଗୋପବନ୍ଧୁ ପୁରୋହିତ, ଉପ-ସଭାପତି ପର୍ଶୁରାମ ନାୟକ, ସହ-ସଂପାଦକ ପ୍ରଭାକର ମିଶ୍ର, ମନୋରଂଜନ ପୁରୋହିତ, ବୃନ୍ଦାବନ ବରାଳ, ପ୍ରଶନ୍ନ କୁମାର ମିଶ୍ର ତଥା ରଘୁନାଥ ମିଶ୍ର ଉପସ୍ଥିତ ଥିଲେ । କୋଷାଧ୍ୟକ୍ଷ ଅଶୋକ ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.