pr

ବିଦ୍ୟୁତ ଶୁଳ୍କ ବୃଦ୍ଧି ତଥା କୃଷକ, ଶ୍ରମିକ ଓ କର୍ମଚାରୀ ବିରୋଧୀ ଆଇନ ବିରୁଦ୍ଧରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ବଲାଙ୍ଗିର ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ରାଜ୍ୟ ଶାଖାର ଆହ୍ୱାନ କ୍ରମେ ବଲାଙ୍ଗିର ଜିଲ୍ଲାରେ ଜିଲ୍ଲା ସଭାପତି କୃଷ୍ଣ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଆଜି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଶ୍ରମ ବିରୋଧୀ ନୀତି, କୃଷି ଓ କୃଷକ ବିରୋଧୀ ନୀତି ତଥା କରୋନା ମହାମାରୀ ଦୁର୍ଦ୍ଦିନରେ ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ନେଇ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବିକ୍ଷୋଭ ସମୟରେ କୁହାଯାଇଛି ଯେ, କରୋନା ମହାମାରୀ ସଂକ୍ରମଣ ଯୋଗୁଁ ସମଗ୍ର ବିଶ୍ୱ ସହ ଭାରତ ବର୍ଷ ଏବଂ ଆମ ରାଜ୍ୟରେ ସାଧାରଣ ଜୀବନ ଯାତ୍ରା ଓ ଜୀବିକା ସମ୍ପୁର୍ଣ୍ଣ ରୂପେ ଠପ୍‌ ହୋଇଯାଇଛି । ଫଳରେ ସାଧାରଣ ଜନତାଙ୍କ ଆର୍ଥିକ ମେରୁଦଣ୍ଡ ବର୍ତ୍ତମାନ ଅତି ଶୋଚନୀୟ । ଏଭଳି ସମୟରେ ରାଜ୍ୟରେ ରାଜ୍ୟ ସରକାର ଜନତାଙ୍କ ବିଦ୍ୟୁତ ଶୁଳ୍କ ଛାଡ ବଦଳରେ ୟୁନିଟ ପିଛା ୨୦ ପଇସାକୁ ବୃଦ୍ଧି, ବିଦ୍ୟୁତ ବଣ୍ଟନ ବ୍ୟବସ୍ଥାକୁ ଘରୋଇକରଣ, କର୍ମଚାରୀଙ୍କ ସ୍ଥାୟିତ୍ୱ, ସାମାଜିକ ସୁରକ୍ଷା, ସ୍ୱାସ୍ଥ୍ୟ ନିରାପତ୍ତା, ମଜୁରି ଆଦି ସଂପର୍କରେ କୌଣସି ପଦକ୍ଷେପ ନ ନେବା ଓ କାର୍ଯ୍ୟ କରୁଥିବା ସମୟରେ ମୃତ୍ୟୁବରଣ କରିଥିବା କର୍ମ·ରୀଙ୍କୁ କରୋନା ଯୋଦ୍ଧାର ମାନ୍ୟତା ନ ଦେବା ଦୁଭାର୍ଗ୍ୟପୂର୍ଣ୍ଣ ବିଷୟ ଅଟେ । ଏହା ସହିତ ସମଗ୍ର ରାଜ୍ୟରେ ପଞ୍ଜିକୃତ ୩୦ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ କରୋନା ଲକ୍‌ଡାଉନ୍‌ ସମୟରେ ୧୫୦୦ ଟଙ୍କା ଦିଆଯିବାକୁ ଘୋଷଣା ହୋଇଥିଲେ ମଧ୍ୟ ଏଯାବତ୍‌ ବଣ୍ଟନ କରିବାରେ ସରକାର ଓ ପ୍ରଶାସନ ସମ୍ପୁର୍ଣ୍ଣ ରୂପେ ବିଫଳ ହୋଇଛି ଏବଂ ପ୍ରବାସୀ ଶ୍ରମିକଙ୍କୁ ଘୋଷଣା କରାଯାଇଥିବା ୨୦୦୦ଟଙ୍କା ମଧ୍ୟ ଠିକ୍‌ ଭାବରେ ଦିଆଯାଇ ନାହିଁ । ଦାଦନ ପ୍ରବଣ ବଲାଙ୍ଗିର ଜିଲ୍ଲାରୁ ପ୍ରତିବର୍ଷ ୪/୫ ଲକ୍ଷ ଶ୍ରମିକ ରାଜ୍ୟ ବାହାରକୁ ଦାଦନ ଖଟି ଯାଉଥିବା ବେଳେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପ୍ରବାସୀ ଶ୍ରମିକଙ୍କ ପଞ୍ଜିକରଣ ବାଧ୍ୟତାମୂଳକ କରିଥିଲେ ମଧ୍ୟ ବଲାଙ୍ଗିର ଜିଲ୍ଲାରେ ତାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠୁଛିି । ଚାଷ ଓ ଚାଷୀଙ୍କ ଫସଲ ସୁରକ୍ଷା ପାଇଁ ଫସଲବୀମା ଯୋଜନାରେ ପ୍ରତିବର୍ଷ ଚାଷୀ ବୀମା ପ୍ରିମିୟମ ଦାଖଲ କରୁଥିବା ବେଳେ କ୍ଷୟକ୍ଷତିର ସମ୍ମୁଖୀନ ହୋଇ ମଧ୍ୟ ପର ମୁହୁର୍ତ୍ତରେ ଫସଲବୀମା ସହାୟତାରୁ ବଂଚିତ ହୋଇଯାଉଛି । ଏଭଳି ଘଟଣା ନୁଆ ହୋଇନଥିବା ବେଳେ ଲଗାତାର ଭାବରେ ସମଗ୍ର ଜିଲ୍ଲାରେ ଘଟୁଥିବାରୁ ଏହାର ଭିଜିଲାନ୍ସ ତଦନ୍ତ ଆବଶ୍ୟକତା ରହିଛି ଏବଂ ସରକାରଙ୍କ ଦ୍ୱାରା ଘୋଷଣା ହୋଇଥିବା ମରୁଡି ସହାୟତା, ଦୈବୀ ଦୁର୍ବିପାକ ସହାୟତା, ଫଳ ଓ ପରିବା ଚାଷ କ୍ଷୟକ୍ଷତି ସହାୟତା ପ୍ରକୃତ ହିତାଧିକାରୀଙ୍କୁ ମିଳୁନାହିଁ । ଏ ସମ୍ବନ୍ଧରେ ସରକାର ଓ ପ୍ରଶାସନ ନୀରବଦ୍ରଷ୍ଟା ସାଜିବା ଅତ୍ୟନ୍ତ ନିନ୍ଦନୀୟ ଅଟେ । ପାଲ୍ୟାମେଣ୍ଟରେ ବିଜେପି ସରକାର ୪୪ ଗୋଟି ଶ୍ରମିକ ହିତରେ ଥିବା ଶ୍ରମ ଆଇନକୁ ୪ଗୋଟି ଲେବର କୋର୍ଡରେ ପରିଣତ କରି ପୁଞ୍ଜିପତିଙ୍କ ସ୍ୱାର୍ଥ ସାଧନ କରିଛନ୍ତି । ଶ୍ରମିକଙ୍କ ଶ୍ରମ ନିର୍ଘଣ୍ଟ ସମୟ ଆଠ ଘଣ୍ଟାରୁ ୧୨ ଘଣ୍ଟାକୁ ବୃଦ୍ଧି କରାଯିବା ଦ୍ୱାରା ଏକ ତୃତୀୟାଂଶ ଶ୍ରମିକ ତାଙ୍କର ରୋଜଗାର ସମ୍ପୁର୍ଣ୍ଣ ହରାଇବା ଆଂଶକା ରହିଛି । କୃଷି କ୍ଷେତ୍ରରେ କଣ୍ଟାକ୍ଟ ଫାର୍ମିଂ ନାଁରେ ଦୁଇଟି ଆଇନ କେନ୍ଦ୍ର ସରକାର ପାସ କରିଥିବାରୁ ଚାଷୀ, ନାମମାତ୍ର ଚାଷୀ, କ୍ଷୁଦ୍ର ଚାଷୀ ନିଜର ଜମି ମାଲିକାନା ହରାଇବେ ଓ ଅସଂଗଠିତ କ୍ଷେତ୍ରରେ ସବୁଠାରୁ ଅଧିକ ନିଯୁକ୍ତି ସୁଯୋଗ ଦେଉଥିବା କୃଷିକ୍ଷେତ୍ରର ଚତୁର୍ଥ ଭାଗ କୃଷି ଶ୍ରମିକ ନିଜର ରୋଜଗାର ମଧ୍ୟ ହରାଇବେ । ଯାହା ଫଳରେ ଦେଶରେ ଭୟଙ୍କର ବେରୋଜଗାରୀ ସୃଷ୍ଟି ହେବ । ଗରିବ କୃଷି ଶ୍ରମିକ ଓ ତାର ପରିବାରର ଜୀବନ ଜୀବିକା ହତାଶା ମଧ୍ୟକୁ ଠେଲି ହୋଇଯିବ । ଏଣୁ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ମିଳିତ ମଂଚ ତରଫରୁ ଆଗାମୀ ୨୬.୧୧.୨୦୨୦ ସମ୍ପୁର୍ଣ୍ଣ ଭାରତ ବନ୍ଦ ପାଇଁ ଆହ୍ୱାନ ଦିଆଯାଇଛି ।

ଏହି କାର୍ଯ୍ୟକ୍ରମରେ ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୁଲିଆ ସଂଘର ଜିଲ୍ଲା ସଭାପତି ପ୍ରେମାନନ୍ଦ ଭୋଇ, ଜିଲ୍ଲା ସଂପାଦକ ଚକାଚରଣ ମାଝିି, ଚାଷୀ ନେତା ଗୋପାଳ ମନହୀରା, ଟିଟିଲାଗଡ ବ୍ଲକ ସଭାପତି ସତ୍ୟନାରାୟଣ ବାଗ, ଦେଓଗାଁ ବ୍ଲକ ସଭାପତି ପୁରନ୍ଦର ବାଗ, ଗୁଡଭେଳା ବ୍ଲକ ସଂପାଦକ ବିଧୂଭୂଷଣ ଭୋଇ, ଦିବ୍ୟସିଂ ଭୋଇ, ବିକ୍ରମ ଭୋଇ, ଅଶୋକ ସୁନା, ବିଭିନ୍ନ ଚାଷୀନେତା ଓ ଶ୍ରମିକ ପ୍ରତିନିଧି ଯୋଗ ଦେଇଥିଲେ ।

nrusinghnath
Leave A Reply

Your email address will not be published.