centurian jitm

ତିନି ଦଫା ଦାବୀରେ କିଶାନ କଂଗ୍ରେସର ବିକ୍ଷୋଭ : କୃଷକଙ୍କ ସ୍ୱାର୍ଥ ଓ ବିଶ୍ୱାସ ରକ୍ଷା କରିବାରେ ସରକାର ବିଫଳ -ସମରେନ୍ଦ୍ର

nschool

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲା କିଶାନ କଂଗ୍ରେସ ତରଫରୁ କେନ୍ଦ୍ର ସରକାରଙ୍କ କଳା କୃଷି ଆଇନ ପ୍ରତ୍ୟହାର, ଧାନର ଅଭାବି ବିକ୍ରି, କଟନି ଛଟନି, ଫସଲ ବୀମା ରାଶିରୁ ବଂଚିତ ଥିବା ଚାଷୀଙ୍କୁ ତୁରନ୍ତ ବୀମାରାଶି ପ୍ରଦାନ ଏବଂ କ୍ୱିଣ୍ଟାଲ ପ୍ରତି ୫୦୦ଟଙ୍କା ବୋନସ ପ୍ରଦାନ ଦାବୀରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିରାଟ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କିିଶାନ କଂଗ୍ରେସ ଅଧ୍ୟକ୍ଷ ସାନନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ରାଜ୍ୟ ସଭାପତି ଅମୀୟ ପଟ୍ଟନାୟକ, ଏ.ଆଇ.ସି.ସି. ସଦସ୍ୟ ସମରେନ୍ଦ୍ର ମିଶ୍ର ଏବଂ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂଭୋଇ, ଜିଲ୍ଲା ସଭାପତି ଦିଲିପ ବେହେରା ପ୍ରମୁଖ କେନ୍ଦ୍ର ସରକାରଙ୍କ କଳା କୃଷି ଆଇନକୁ ବିରୋଧ କରିଥିଲେ । ଏହି ମର୍ମରେ ଏ.ଆଇ.ସି.ସି. ସଦସ୍ୟ ସମରେନ୍ଦ୍ର ମିଶ୍ର କହିଥିଲେ ଦେଶର ପ୍ରଧାନମନ୍ତ୍ରୀଙ୍କୁ ଆନ୍ଦୋଳନରତ ଲକ୍ଷ ଲକ୍ଷ ଚାଷୀଙ୍କ ସ୍ୱାର୍ଥ ଦେଖାଯାଉନାହିଁ । କୃଷକଙ୍କୁ ଅତ୍ୟାଚାରରୁ ରକ୍ଷା କରିବାର ପ୍ରତିଶୃତି ଦେଇ ଗାଦି ହାତେଇ ଥିବା ମୋଦୀ ସରକାର କୃଷକଙ୍କ ସ୍ୱାର୍ଥ ଓ ବିଶ୍ୱାସ ରକ୍ଷା କରିବାରେ ବିଫଳ ହୋଇଛନ୍ତି । ଶତାଧିକ ଆନ୍ଦୋଳନ ରତ ଚାଷି ଜୀବନ ହରାଇଥିବା ବେଳେ ଓଲଟା ଚାଷୀଙ୍କ ବିରୁଦ୍ଧରେ ସରକାରୀ କଳର ଦୁରୁପଯୋଗ କରୁଛନ୍ତି । ଆହୁରି ଦେଶବାସୀଙ୍କ ବିଶ୍ୱାସରେ ବିଷ ଦେଇ ଦେଶର ମୁଖ୍ୟ ଅର୍ଥନୀତି କୃଷିକୁ ମୁଷ୍ଟିମେୟ ପୁଞ୍ଜିପତିଙ୍କ ହାତରେ ଟେକି ଦେଇଛନ୍ତି । ଯଦି କେନ୍ଦ୍ର ସରକାର ଏହି କଳା କୃଷି ଆଇନକୁ ଖାରଜ ନକରନ୍ତି, ତେବେ ଆଗାମୀ ଦିନରେ କୃଷକମାନେ ହିଁ ଏ ସରକାରର ମୁଳତ୍ପାଟନ କରିବେ ବୋଲି କହିଥିଲେ । ରାଜ୍ୟ କିଶାନ କଂଗ୍ରେସ ସଭାପତି ରାଜ୍ୟ ସରକାର ମଧ୍ୟ କେନ୍ଦ୍ର ସରକାରଙ୍କ ଏହି ପୁଞ୍ଜିପତି ପୋଷଣ କୃଷି ନୀତିକୁ ସମର୍ଥନ କରି ମୁହଁ ଖୋଲୁ ନାହାନ୍ତି । ମଞ୍ଚାସୀନ ଥିବା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ସଭାପତି ଦିଲିପ ବେହେରା, ଇଂ ନରେଶ ପୁରୋହିତ, ସୁଧା ଦାଶ, ଅନୀଲ ମେହେର, ମନମୋହନ ପଟେଲ, ବିକାଶ ପାଣିଗ୍ରାହୀ, ଗିରିଧାରୀ ସାହୁ ପ୍ରମୁଖ କେନ୍ଦ୍ର ସରକାରଙ୍କ ଚାଷୀ ବିରୋଧୀ ନୀତିକୁ ତୀବ୍ର ଭର୍ସନା କରିଥିଲେ । ସେମାନେ କହିଥିଲେ, କେନ୍ଦ୍ର ସରକାରଙ୍କ ପ୍ରତିଶୃତି ମୁତାବକ ଅମଳର ଦେଢ ଗୁଣ ଦେବା ପରିବର୍ତ୍ତେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ସହ ମିଶି ଧାନ କ୍ୱିଣ୍ଟାଲ ପିଛା ୫ରୁ ୧୦ କେଜି କଟନି ଛଟନି କରୁଛନ୍ତି । ଅନେକ ମଣ୍ଡିରେ ହଜାର ହଜାର ବସ୍ତା ଧାନ ଖୋଲା ଆକାଶ ତଳେ ପଡି ରହିଛି । ଜମି ଓ ଚାଷୀଙ୍କ ସଂଖ୍ୟା ଦେଖିଲେ ଅମଳ ହେଉଥିବା ଧାନ ବିକ୍ରି ହେବା ପାଇଁ ଟାର୍ଗେଟ ଆସୁନାହିଁ । ତେଣୁ ଆଜିର ଏହି ବିକ୍ଷୋଭ ସମାବେଶରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲାଗୁରିଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ଏଥିରେ କଳା କୃଷି ଆଇନ ପ୍ରତ୍ୟାହାର ସହ ଚାଷୀଙ୍କ ସମସ୍ତ ଧାନ ସରକାର କିଣୁ, କଟନି ଛଟନି ବନ୍ଦ କରାଯାଉ, ଚାଷୀଙ୍କୁ ଶୀଘ୍ର ରାଜ୍ୟ ସରକାର ଧାନର ସର୍ବନିମ୍ନ ମୁଲ୍ୟ ବାହାରେ ଅତିରିକ୍ତ ୫୦୦ଟଙ୍କାର ବୋନସ ଦେଉ ତଥା ଫସଲବୀମା କରିଥିବା ସତ୍ତେ୍ୱ ବୀମା ଟଙ୍କାରୁ ବଂଚିତ ଥିବା ଚାଷୀଙ୍କୁ ତୁରନ୍ତ ବୀମା ରାଶି ପ୍ରଦାନ କରାଯାଉ ବୋଲି ଦାବୀ କରାଯାଇଛି । ଆଜିର ଏହି ବିକ୍ଷୋଭ ସଭାରେ ସେବାଦଳ ମୁଖ୍ୟ ଅସିତ ମିଶ୍ର, ଟାଉନ କଂଗ୍ରେସ ସଭାପତି ବୁଲୁ ଦାନି, ଉପ-ସଭାପତି ମନୀଷ ମିଶ୍ର, ଜୁଲୁ ପଟ୍ଟନାୟକ, ସଂଜୟ ମିଶ୍ର, ଉମାକାନ୍ତ ସାହୁ, ସନ୍ତକ ବହିଦାର, ଗୁଣ ସାଗର ମାଝି, ରାଜକିଶୋର ବାବୁ, ସୁଶାନ୍ତ ଷଡଙ୍ଗୀ, ପ୍ରେମ ପ୍ରକାଶ ମିଶ୍ର, ଅଙ୍କିତ ସାହୁ, ଯଶୋବନ୍ତୀ ବଘାର, ଘାସିରାମ ବେହେରା, ରାମଜୀ ଚୈାଧୁରୀ, କାନ୍ତେ ପ୍ରଧାନ, ଓମ୍‌ ପ୍ରକାଶ କୁମ୍ଭାର, ତାରକାନ୍ତ ବାଗ, ସରୋଜ ବାଗ, ଯୋଗେଶ୍ୱର ସାହୁ, ଖଗେଶ୍ୱର ନାଗ, ଅଶୋକ ପଟେଲ, ବିଶ୍ୱଜିତ ସିଂଦେଓ, ଗଗନ ରଥ, ଜୟନାରାୟଣ ବହିଦାର, ଜ୍ୟୋତିଷ ମୁଗ୍ରୀ, ଅବିନାଶ ସାଏ, ନାସିର ଖାନ, ଲୋପନ ମିଶ୍ର, ହେମନ୍ତ ସାହୁ, ପ୍ରଦ୍ୟୁମ୍ନ ସାହୁ, ପ୍ରଦୀପ ମିଶ୍ର, ଆଦିକନ୍ଦ ପୋଡ, ଘନଶ୍ୟାମ ପ୍ରଧାନୀ, ହେମନ୍ତ ସେଠ, ଋଷି ନାଗ, ସରୋଜ ପଧାନ, ଅଶୋକ ପଟେଲ, ଶାନ୍ତନୁ ସିଂହ, ଘନଶ୍ୟାମ ଦାଶ ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.

error: Content is protected !!